କୋଶଳ ରାଜ୍ୟ ଦାବିରେ ରାଜଧାନୀ ଅଭିମୁଖେ ବାହାରିଥିବା ପଦଯାତ୍ରୀଙ୍କୁ ବାଉଁଶୁଣିରେ ସ୍ୱାଗତ

ବାଉଁଶୁଣି: ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ନେଇ ଗତ ୪ତାରିଖରୁ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରୁ ବାହାରିଥିବା ପଦଯାତ୍ରୀ ଦଳଙ୍କୁ ବୌଦ୍ଧ ଜିଲ୍ଲା ବାଉଁଶୁଣିର କୋଶଳ ସପକ୍ଷବାଦୀଙ୍କ ପକ୍ଷରୁ ବୁଧବାର ସ୍ଥାନୀୟ ଫାୟାର ଷ୍ଟେସନ ଛକ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତର ସରପଞ୍ଚ ସୁଶୀଲ କୁମାରଙ୍କ ନେତୃତ୍ୱରେ ବାହାରିଥିବା ଏହି ୨୦ଜଣିଆ ପଦଯାତ୍ରୀଙ୍କୁ ବାଉଁଶୁଣିର କୋଶଳବାଦୀ ନେତା ମହେନ୍ଦ୍ର ମହାକୁଳ, ଅକ୍ରୁର ଗାଇଗୌରିଆ, ଅଞ୍ଜନ ମହାକୁଳ, ଏକଲବ୍ୟ ମହାକୁଳ, ଉମାକାନ୍ତ ମହାକୁଳ, ବଲ୍ଲଭ ମାହାର, ପ୍ରମୋଦ ମେହେର, କୈଳାସ ନାଏକ, ହିମାଂଶୁ ଜାଲ, ହରିହର ଗରିଆ, କୌଶିକ ଜାଲ ପ୍ରମୁଖ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିସହିତ ପଦଯାତ୍ରାରେ ସାମିଲ ମଧ୍ୟ ହୋଇଥିଲେ । ସୂଚନାଯୋଗ୍ୟ ଯେ ଏହି  ପଦଯାତ୍ରୀ ଦଳ ରାଜଧାନୀ ଭୁବନେଶ୍ୱରରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

nis-ad
Leave A Reply

Your email address will not be published.