ବେଆଇନ କୋଠା ନିର୍ମାଣକାରୀ ସାବଧାନ, ଆକ୍ସନ ମୋଡରେ ବିଏମ୍‌ସି

ବ୍ରହ୍ମପୁର: ଆକ୍ସନ ମୋଡକୁ ଆସିଯାଇଛି ବ୍ରହ୍ମପୁର ମହାନଗର ନିଗମ । ବେଆଇନ କୋଠା ନିର୍ମାଣକାରୀଙ୍କୁ ଆଉ ବରଦାସ୍ତ କରାଯିବନି । ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ନିଜ ଭୁଲ ସୁଧାରିବାକୁ ଦିଆଯାଇଛି ୧୫ ଦିନ ସମୟ। ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ବିଏସ୍‌ସି କମିଶନର ଜେ. ସୋନାଲ ।

ବ୍ରହ୍ମପୁର ସହରରେ ବହୁ ସଂଖ୍ୟାରେ କୋଠା ବେନିୟମ ଭାବେ ଗଢ଼ି ଉଠିଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଏଥିଯୋଗୁ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଟ୍ରାଫିକ ବ୍ୟବସ୍ଥା। କିଏ ଅନୁମତି ନ ନେଇ ସୁଉଚ୍ଚ ଅଟ୍ଟାଳିକା ଗଢ଼ି ତୋଳିଛି ତ କିଏ ଅନୁମତି ପାଇଥିବା ବେଳେ ତାହାକୁ ଖିଲାପ କରି ବିଲ୍ଡିଂ କରିଛି।

ପ୍ରଥମ ପର୍ଯ୍ୟାୟରେ ଏପରି ଶହେ କୋଠାକୁ ଚିହ୍ନଟ କରାଯାଇ ନୋଟିସ ଜାରି କରାଯାଇଛି। ନିଜ ଭୁଲ୍‌, ତ୍ରୁଟି ସୁଧାରିବାକୁ ସେମାନଙ୍କୁ ୧୫ ଦିନ ସମୟ ଦିଆଯିବ । ଏହା ମଧ୍ୟରେ ଆଇନ ଅନୁଯାୟୀ, ନିଜ ତ୍ରୁଟି ନ ସୁଧାରିଲେ ପଦକ୍ଷେପ ନିଆଯିବ ବୋଲି ଶୁଣାଇ ଦେଇଛନ୍ତି ବିଏମ୍‌ସି କମିଶନର।

ବିଏମସି କମିଶନର କହିଛନ୍ତି,  ବହୁ ସଂଖ୍ୟାରେ ବ୍ରହ୍ମପୁର ସହରର ବାସିନ୍ଦା ଉପଯୁକ୍ତ ପ୍ଲାନ୍ ନ ନେଇ କୋଠା ନିର୍ମାଣ କରିଛନ୍ତି। ଉପଯୁକ୍ତ ପ୍ଲାନ୍ ନେଇ  କୋଠା କରିଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‌ । ଏଥିଯୋଗୁ ବହୁ ସମସ୍ୟା ଦେଖାଦେଉଛି।

ପ୍ରଥମେ ନିୟମ ଉଲ୍ଲଘଂନକାରୀ ଆର୍ଥିକ ସ୍ୱଚ୍ଛଳ ତଥା ଧନୀ ଶ୍ରେଣୀର ଲୋକଙ୍କୁ ନୋଟିସ ପଠାଯାଇଛି। ଏହାପରେ ମଧ୍ୟମ ଓ ପରେ  ଆର୍ଥିକ  ଦୁର୍ବଳ ଶ୍ରେଣୀ ଲୋକଙ୍କୁ ନୋଟିସ କରାଯିବ । ଯିଏ ବି ଆଇନ ଉଲ୍ଳଘଂନ କରିଥିବ, କେହି ବଞ୍ଚି ପାରିବେନି । ସମସ୍ତଙ୍କୁ ଏଥିପାଇଁ ଦଣ୍ଡିତ କରାଯିବ ତଥା ଫାଇନ ଆଦାୟ କରାଯିବ ।

nis-ad
Leave A Reply

Your email address will not be published.