ସମ୍ବଲପୁର ଟାଙ୍ଗରପାଲି ଅଞ୍ଚଳରେ ଥିବା କବାଡ଼ି ଖାନାରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁର: ସମ୍ବଲପୁର ୨୯ ୱମ୍ବର ୱାର୍ଡ ସ୍ଥିତ ଟାଙ୍ଗରପାଲି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ଜଳିପୋଡ଼ି ଛାରଖାର ହୋଇଗଲା କବାଡ଼ି ଖାନା । ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି।

ନିଆଁର ପ୍ରକୋପ ଏତେ ଥିଲା ଯେ ପାଖରେ ଯାଇଥିବା ବିଦ୍ୟୁତ୍‌ ତାର ଗୁଡ଼ିକ ଜଳି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ୩ ଘଣ୍ଟା ପରେ ଆୟତ ହୋଥିଲା ନିଆଁ। ତେବେ ନିଆଁ ଲାଗିବା କାରଣ ଜଣାପଡିନାହିଁ।

nis-ad
Leave A Reply

Your email address will not be published.