ଭାରତରେ ଅନୁଭୂତ ହେବ ଅସହ୍ୟ ତାତି, ମଣିଷର ସହିବା ସୀମା ଟପିବ ତାପମାତ୍ରା; ସତର୍କ କଲା ବିଶ୍ବବ୍ୟାଙ୍କ୍

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ ହୋଇଛି । ଏହା ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ନିୟମିତ ବନ୍ୟାବାତ୍ୟା ହେଉଛି । କିନ୍ତୁ ଆଗକୁ ଭାରତରେ ଏପରି ଗ୍ରୀଷ୍ମପ୍ରବାହ ହେବ ଯେ ତାହାକୁ ମଣିଷ ସହିପାରିବ ନାହିଁ ବୋଲି ବିଶ୍ବବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି ।

ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ “କ୍ଲାଇମେଟ୍ ଇନଭେଷ୍ଟମେଣ୍ଟ ଅପର୍ଚୁନିଟିଜ୍ ଇନ ଇଣ୍ଡିଆସ କୁଲିଂ ସେକ୍ଟର”ରେ କୁହାଯାଇଛି ଯେ ଭାରତରେ ଏବେ ଶୀଘ୍ର ଗ୍ରୀଷ୍ମପ୍ରବାହ ଆସୁଛି ଓ ଦୀର୍ଘ ଦିନ ଧରି ରହୁଛି । ଆଗକୁ ଏପରି ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ଯାହା ମଣିଷ ପାଇଁ ଅସହ୍ୟ ହୋଇପଡ଼ିବ।
୨୦୨୨ ମାର୍ଚ୍ଚରେ ତାପମାତ୍ରା ହଠାତ ବଢିଯାଇଥିଲା ଓ ଏହାକୁ ସବୁଠାରୁ ଗରମ ମାର୍ଚ୍ଚମାସ ବୋଲି କୁହାଯାଉଛି । ଏପ୍ରିଲ ମାସରେ ତାପମାତ୍ରା ରେକର୍ଡ ଉଚ୍ଚତାକୁ ଛୁଇଁଥିଲା । ଦିଲ୍ଲୀରେ ତାପମାତ୍ରା ୪୬ ଡିଗ୍ରୀକୁ ପଳାଇଯାଇଥିଲା । ଆଗକୁ ଭାରତରେ ଏପରି ଗରମ ହେବ ଯେ ତାହା ମଣିଷର ସହନ କ୍ଷମତା ବାହାରକୁ ଚାଲିଯିବ । ଏପରି ସ୍ଥିତି ସଂପର୍କରେ ଜଳବାୟୁ ବିଜ୍ଞାନୀମାନେ ଆଗରୁ ଚେତାଇ ଦେଇଥିଲେ । ଅଧିକା ତାପମାତ୍ରା ଭାରତର ଆର୍ଥିକ ଉତ୍ପାଦକତାକୁ ପ୍ରଭାବିତ କରିବ ବୋଲି ରିପୋର୍ଟରେ କୁହାଯାଇଛି ।

ବିଶ୍ବବ୍ୟାଙ୍କ ଓ କେରଳ ସରକାରଙ୍କ ସହଯୋଗିତାରେ ଆରମ୍ଭ ହୋଇଥିବା ଇଣ୍ଡିଆ କ୍ଲାଇମେଟ୍ ଏଣ୍ଡ ଡେଭଲପମେଣ୍ଟ ମିଟ୍ ଅବସରରେ ଏହି ରିପୋର୍ଟକୁ ଉନ୍ମୋଚନ କରାଯିବ । ଗତ ଅଗଷ୍ଟ ମାସରେ ଆଇପିସିସି ପକ୍ଷରୁ ମଧ୍ୟ ସମାନ ପ୍ରକାରର ଚେତାବନୀ ଦିଆଯାଇଥିଲା ।

nis-ad
Leave A Reply

Your email address will not be published.