ରୋଗ ଯନ୍ତ୍ରଣା ସହି ନପାରି ବିଷ ପିଇ ଆତ୍ମହତ୍ୟା କଲେ ମୁସଲିମ ମହିଳା…


ବୁଗୁଡ଼ା : ରୋଗ ଯନ୍ତ୍ରଣା ସହି ନପାରି ବିଷ ପିଇଦେଲେ ଜନୈକା ମୁସଲିମ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ଥାନା ଭାମାଶିଆଳି ପଞ୍ଚାୟତ ଅନ୍ତର୍ଗତ ଚଡିଆପଲ୍ଲୀ ଗ୍ରାମର ମୁସଲିମ ସାହିରେ l ମୃତା ମହିଳା ଜଣକ ହେଲେ ଶେଖ୍ କନଲଙ୍କ ପତ୍ନୀ ଆମ୍ବି ବି(୪୦) l ଆମ୍ବିଙ୍କ ପରିବାର ପଥରରେ ଶିଳ, ଘୋରଣା ତିଆରି କରି ଗୁଜୁରାଣ ମେଣ୍ଟାଉ ଥିଲେ l ତେବେ ଆମ୍ବି କିଛି ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ହୋଇ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଏବଂ ଆଜି କିଛି ବିଷାକ୍ତ ଦ୍ରବ୍ୟ ଖାଇ ଦେଇଥିଲେ l ମଧ୍ୟାହ୍ନ ସମୟରେ ବାନ୍ତି କରିବାରୁ ତାଙ୍କୁ ପରିବାର ଲୋକେ ବୁଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା l ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ଏନେଇ ୩୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ଭଞ୍ଜନଗର ପଠା ଯାଇଥିବା ସୂଚନା ମିଳିଛି l ଆମ୍ବି ପୂର୍ବରୁ ମଧ୍ୟ କେତେ ଥର ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ପୋଲିସ କହିଛି l

nis-ad
Leave A Reply

Your email address will not be published.