ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ବୃଦ୍ଧ ଦମ୍ପତ୍ତିଙ୍କ ଜୀବନ

ଦାରିଙ୍ଗବାଡ଼ି ୦୫।୧୨ :  କାର୍‌ ସହିତ ଲୁନାର ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି ।  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରୀପୁଟ ପଞ୍ଚାୟତ ଏମୋପକ୍ଷୀ ବ୍ରିଜ୍‌ ନିକଟରେ ଏହି ମର୍ମନ୍ତୁଦ ସଡ଼କ  ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ଦାରିଙ୍ଗବାଡି ଥାନା କୁମ୍ଭାରମୁଣ୍ଡା କଲୋନୀ ସାହିର କାମଦେବ ଦିଗାଲ ଏବଂ ସ୍ତ୍ରୀ ବିବିକା ଦିଗାଲ କୌଣସି କାମରେ ଯାଇଥିଲେ । ବାଲିଗୁଡ଼ାରୁ କାମ ସାରି ଉଭୟ ବୃଦ୍ଧା ଦମ୍ପତ୍ତି ଫେରିବା ସମୟରେ ଏକ କାର୍‌ ସହିତ ଧକ୍କା ହୋଇଥିଲା । ଏହାପରେ ତୁରନ୍ତ ବୃଦ୍ଧ ଦମ୍ପତ୍ତିଙ୍କୁ ଗାଡି ଯୋଗେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଦାରିଙ୍ଗବାଡ଼ି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏହାସହିତ ଦୁର୍ଘଟଣା ଘଟାଇଥିବା କାର୍‌କୁ ମଧ୍ୟ ଜବତ କରିଛନ୍ତି ।

nis-ad
Leave A Reply

Your email address will not be published.