ଆତ୍ମ ସମର୍ପଣ କରିଥିବା ଦୁଇ ମାଓବାଦୀ ବୈବାହିକ ବନ୍ଧନରେ ବାନ୍ଧିହେଲେ

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ରିଜର୍ଭ ପଡିଆ ଠାରେ ଥିବା ରାଧାକୃଷ୍ଣ ମନ୍ଦିର ପରିସରରେ ପୂର୍ବରୁ ଆତ୍ମ ସମର୍ପଣ କରିଥିବା ଦୁଇ ମାଓବାଦୀ ଯଥା ସପ୍ନିତା ପାଟମାଝି(ନନ୍ଦିନୀ) ଓ ଫୁଲବତୀ ଉଶେଣ୍ଡି (କରୁଣା) ଆତ୍ମ ସମର୍ପଣ କରିଥିବା ମାଓବାଦୀ ବୈବାହିକ ବନ୍ଧନରେ ବାନ୍ଧି ହୋଇ ଘର ସଂସାର କରି ଜୀବନ ଜାପନ କରିବା ପାଇଁ ଯାଉଛନ୍ତି l ଏଥିରେ କନ୍ୟାପକ୍ଷ ସାଜି ସମ୍ପୂର୍ଣ୍ଣ ସହଯୋଗ କରିଛି କନ୍ଧମାଳ ପୋଲିସ l ଏପରିକି ବିବାହ ବେଦି ଠାରୁ ଆରମ୍ଭ କରି କନ୍ୟା ପକ୍ଷରୁ ଯାହା ଆବଶ୍ୟକତା ସେ ସବୁ ଯୋଗାଇଛି ପୋଲିସ l ସୂଚନା ଅନୁସାରେ ସପ୍ନିତା ପାଟମାଝି(ନନ୍ଦିନୀ) ୨୦୧୮ ମସିହାରେ ମାଓବାଦୀ ସଂଗଠନରେ ଯୋଗଦେଇଥିଲେ ଏବଂ ପ୍ରାୟ ଦେଢ ବର୍ଷ ସଙ୍ଗଠନରେ କାର୍ଯ୍ୟ କରିବା ପରେ ୨୦୧୯ ମସିହାରେ କନ୍ଧମାଳ ଆରକ୍ଷୀ ଅଧ୍ୟକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଫୁଲବତୀ ଉଶେଣ୍ଡି (କରୁଣା) ୨୦୦୮ ମସିହାରେ ମାଓବାଦୀ ସଂଗଠନରେ ଯୋଗଦେଇଥିଲେ ଏବଂ ସେ ଦୀର୍ଘ ୧୩ ବର୍ଷ ସଙ୍ଗଠନରେ କାର୍ଯ୍ୟ କରିବା ପରେ ୨୦୨୧ ମସିହାରେ ପୋଲିସ ମହାନିର୍ଦେଶକ, ଓଡିଶାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ ଓଡିଶା ସରକାରଙ୍କର ଘୋଷଣା ମୁତାବକ ଏହି ଦୁଇଜଣଙ୍କୁ ଆତ୍ମସମର୍ପଣର ସୁବିଧା ସୁଯୋଗ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଇଅଛି । ଏହି ଦୁଇଜଣଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ ସିଲେଇ ତାଲିମ ଦିଆଯାଇଅଛି । ସେମାନେ ବିବାହ କରିବା ପାଇଁ ସ୍ଥିର କରିଥିବାରୁ ତାଙ୍କ ମନ ମୁତାବକ ପୁଅ ସହିତ ବିବାହ ଅନୁଷ୍ଠିତ ହେଉଅଛି । ସପ୍ନିତା ପାଟମାଝି(ନନ୍ଦିନୀ) ଓ ଫୁଲବତୀ ଉଶେଣ୍ଡି (କରୁଣା) ଙ୍କର ବୈବାହିକ ଜୀବନ ସୁଖ ସମୃଦ୍ଧିରେ ଭରିଉଠୁ ବୋଲି କନ୍ଧମାଳ ପୋଲିସ ଶୁଭେଚ୍ଛା ଜଣାଉଛି । ଏହା ସହିତ ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ଯ ଆତ୍ମସମର୍ପଣ କରିବା ପାଇଁ ଆହ୍ବାନ କରୁଛି । ମାଓବାଦୀ ଭାଇ ଭଉଣୀ ମାନେ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସରକାରଙ୍କ ଦ୍ବାରା ଦିଆଯାଉଥିବା ସୁବିଧା ସୁଯୋଗର ଲାଭ ଉଠାନ୍ତୁ । କନ୍ଧମାଳ ପୋଲିସ ଆପଣଙ୍କୁ ସହଯୋଗ କରିବା ପାଇଁ ତପ୍ତର ବୋଲି ଗଣମାଧ୍ୟମ ଜରିଆରେ ସୂଚନା ଦେଇଛି ପୋଲିସ l

nis-ad
Leave A Reply

Your email address will not be published.