କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ

ଫୁଲବାଣୀ : ଶନିବାର ବିଭିନ୍ନ ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବିପୂରଣ ନେଇ ଏକ ସ୍ମାରକ ପତ୍ର କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ ପ୍ରଦାନ କରିଥିଲେ l ସଂଗଠନର ସଭାନେତ୍ରୀ ବୈଜୟନ୍ତୀ ମାଳା ମହାପାତ୍ରଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳ ପାଟିଲ ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ l ସେମାନଙ୍କ ଦାବୀ ମଧ୍ୟରେ ଦରମା ବୃଦ୍ଧି ସହ ଇନ୍କ୍ରିମେଣ୍ଟ,ହାଉସ ରେଂଟ ଓ ଡିଏ ପ୍ରଦାନ କରିବା l ସରକାର ଵିଶେଷ କରି ବାଳିକା ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଶହ ଶହ ଆଦିବାସୀ ବାଳିକା ମାନକୁ ସ୍କୁଲ ମୁହଁl କରିବା ସହ ସେମାନଙ୍କୁ ହଷ୍ଟେଲ ରେ ରଖି ଦିନ ରାତି ସେମାନଙ୍କ ନିରନ୍ତର ସେବା ଓ ସୁରକ୍ଷା ଦାଇତ୍ୱ ରେ ରହି କାର୍ଯ୍ୟ ସୁଚାରୁରୂପେ ପାଳନ କରୁଥିଲେ ମଧ୍ୟ ସରକାର ସେମାନଙ୍କ ଚାକିରୀ ର ସ୍ଥାୟୀତ୍ୱ ନେଇ ଗୁରୁତ୍ୱର ସହ ବିଚାର ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଭାନେତ୍ରୀ ଶ୍ରୀମତୀ ବୈଜୟନ୍ତିଵାଳା ମହାପାତ୍ର କହିଛନ୍ତି l
ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘ ସମ୍ପାଦିକା ଗୀତାରାଣୀ ପ୍ରଧାନ,କୋଷାଧକ୍ଷ ପ୍ରିୟମ୍ବଦା ବିଶୋଇ, ସଂଗୀତା କର, ପ୍ରମୁଖ ଙ୍କ ସହ ବିଭିନ୍ନ ଅଂଚଳରୁ ଆସିଥିବା କର୍ମଚାରୀ ମାନେ ଯୋଗ ଦେଇଥିଲେ l ଏଥିସହ ସଂଗଠନ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଭେଟି ଦାବିପତ୍ର ପ୍ରଦାନ କରିଥିବା କଥା ସଭାନେତ୍ରୀ ଶ୍ରୀମତୀ ମହାପାତ୍ର କହିଛନ୍ତି l

nis-ad
Leave A Reply

Your email address will not be published.