ଆନ୍ତଃମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବୁଗୁଡ଼ା ପିପୁଲ୍ସ କଲେଜ ଚମ୍ପିଅନ

ବୁଗୁଡ଼ା : ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ପକ୍ଷରୁ ଆୟୋଜିତ ୧୪ତମ ଆନ୍ତଃ-ମହା ବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟରେ ୧୩ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ପିପୁଲ୍ସ କଲେଜ ଓ ଦିଗପହଣ୍ଡି କଲେଜ ଦଳ ଫାଇନାଲକୁ ଯାଇଥିଲେ । ଫାଇନାଲ୍ ମ୍ୟାଚରେ ବୁଗୁଡ଼ା ଦଳ ୬୪-୧୩ ପଏଣ୍ଟରେ ଦିଗପହଣ୍ଡି ଦଳକୁ ପରାସ୍ତ କରି ଚମ୍ପିଅନ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ରେଫେରି ଭାବେ କ୍ରୀଡା ଶିକ୍ଷକ କ୍ରିଷ୍ଣାରାଓ ପାତ୍ର, ଏମ୍.ଶ୍ରୀନିବାସ ଦୋରା , ଶ୍ରୀକର ମାଝୀ , ହରିହର ବିଶ୍ବାଳ ପ୍ରମୁଖ ନିୟୋଜିତ ଥିଲେ । ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ତହସିଲଦାର ସଂଗ୍ରାମ କେଶରୀ ଜେନା , ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ବି.ପ୍ରକାଶ ଚନ୍ଦ୍ର ପାତ୍ର , ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ , ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରତିନିଧି ରବି ମିଶ୍ର ଓ କାମେଶ୍ଵର ରାଓ ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ଟୁର୍ଣ୍ଣାମେଣ୍ଟର ବିଜେତା ପିପୁଲ୍ସ କଲେଜ ଦଳକୁ ଚମ୍ପିଅନ ଟ୍ରଫି ଏବଂ ଉପବିଜେତା ଖେମୁଣ୍ଡି କଲେଜ ଦଳକୁ ରନର୍ ଟ୍ରଫି ପ୍ରଦାନ କରାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ଉକ୍ତ ଟୁର୍ଣ୍ଣାମେଣ୍ଟର ସୁପରିଚାଳନାରେ କଲେଜର କ୍ରୀଡା ସଂସ୍ଥା ଉପସଭାପତି ଏ.ଜିତେସ୍ ରାଓ ଦୋରା , କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ , ଟିମ୍ ମ୍ଯାନେଜର ମିନତୀ ଆଚାରୀ ଓ କର୍ମଚାରୀ ନବଘନ ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.