ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଗଣଧାରଣା

ଫୁଲବାଣୀ(୨୪/୧୧) : କନ୍ଧମାଳ ଜିଲ୍ଲାର କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି କର୍ମି ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଅଙ୍ଗନବାଡି କର୍ମି ଦିବା ୧୦ ଘଟିକାରୁ ଧାରଣାରେ ବସିଛନ୍ତି l କାରଣ ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡି କର୍ମି ମାନେ ୨୦୨୧ କୋ କୋଭିଡ ମହାମାରୀ ଭଳି ସମୟରେ ନିଜ ଜୀବନକୁ ବାଜି ଲଗେଇ ସରକାର ଙ୍କର କୋଭିଡ କାର୍ଯ୍ୟକ୍ରମ କୁ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହିତ କୋରନା ରୋଗୀ ଚି଼ହ୍ନଟ ଭଳି ଗୁରୁ ଦାୟିତ୍ୱ ତୁଲାଇ ଥିଲେ l ହେଲେ ସରକାର ଘୋଷଣା କରିଥିବା କରୋନା ଯୋଦ୍ଧା ସହାୟତା ରାଶି ଆଜି ପର୍ଯ୍ୟନ୍ତ ସେମାନଙ୍କୁ ମିଳିନ ଥିବା ଅଭିଯୋଗ ଆସିଛି l ଅଙ୍ଗନବାଡି ମାନଙ୍କ ବହୁ ସମସ୍ୟା ସରକାରଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ , ଆଜି ସୁଦ୍ଧା ସରକାର ଅଙ୍ଗନବାଡି କର୍ମି ମାନଙ୍କ ଦାବିକୁ ଅଣଦେଖା କରିଚାଲିଛନ୍ତି l ତେଣୁ ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କସ ଆସୋଏସେସନ ର ନିଷ୍ପତ୍ତି କ୍ରମେ ନଭେମ୍ବର ୨୧ ତାରିଖ ଠାରୁ ସାରା ଓଡ଼ିଶାରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବା ସହିତ ବିଧାନ ସଭା ସଂମ୍ମୁଖରେ ଗଣ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି | ତଦନୁଯାଇ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହଜୁମାରେ ମଧ୍ୟ ଅଙ୍ଗନବାଡି କର୍ମି ମାନେ ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି କନ୍ଧମାଳ ଜିଲ୍ଲା ଅଙ୍ଗନବାଡି ଆସୋସିଏସନର ସଭାନେତ୍ରୀ ଗଣ ମାଧ୍ୟମକୁ କହିଛନ୍ତି l ଅଙ୍ଗନବାଡି ଆସୋସିଏସନର ଦାବୀ ଗୁଡିକ ହେଲା ଅଙ୍ଗନବାଡି କର୍ମି ମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରିବା, ଅଙ୍ଗନବାଡି କର୍ମି ମାନଙ୍କୁ ମାସିକ ୧୮,୦୦୦/- ଟଙ୍କା ଓ ସହାୟିକା ମାନଙ୍କୁ ମାସିକ ୧୦, ୦୦୦ ଟଙ୍କା ହାରରେ ଦରମା ପ୍ରଦାନ କରିବା, ମିନି ଅଙ୍ଗନବାଡି କର୍ମି ମାନଙ୍କୁ ମଧ୍ୟ ଅଙ୍ଗନବାଡି କର୍ମି ଭାବେ ଭୋଷିତ କରିବା, ଅଙ୍ଗନବାଡି କର୍ମି ମାନଙ୍କର ଏପିଏଫ, ଗ୍ରାଚ୍ୟୁଇଟି, ESIC ଲାଗୁକରିବା, ସରକାର ଙ୍କର ନୂତନ ଶିକ୍ଷା ନୀତି ଆୟୋଗ ଅନୁଯାଇ ଯୋଗ୍ୟ ବିବେଚିତ ଅଙ୍ଗନବାଡି କର୍ମି ମାନଙ୍କୁ ବୟସ ସୀମା ରେଖାକୁ ଉଛେଦ କରି ପ୍ରି ପ୍ରାଇମେରୀ ଶିକ୍ଷୟତ୍ରୀ ଭାବେ ଶିକ୍ଷାନୁଷ୍ଠାନ ମାନଙ୍କ ରେ ନିଯୁକ୍ତି ପ୍ରଦାନ କରିବା, ବରିଷ୍ଠତା ଭିତ୍ତିରେ ସହାୟିକା ମାନଙ୍କୁ ଅଙ୍ଗନବାଡି କର୍ମି ଭବେପାଦନ୍ନୋତିଦେବା, ୫୦% ସିଧା ସଳଖ ଅଙ୍ଗନ୍ବାଡି ସୁପରଭାଇଜର ନିଯୁକ୍ତି ବଦଳରେ ବରିଷ୍ଠତା ଓ ଶିକ୍ଷାଗତ ଯୋଗ୍ୟତା ଥିବା ଅଙ୍ଗନବାଡି କର୍ମି ମାନଙ୍କୁ ସୁପରଭାଇଜର ଭାବେ ପଦୋନ୍ନୋତି ଦେବା ଭଳି ପ୍ରମୁଖ ଦାବୀ ସମୂହ ସରକାରଙ୍କ ନିକରେ ରଖାଯାଇଥିବା ବିଷୟରେ କନ୍ଧମାଳ ଅଙ୍ଗନବାଡି ଆସୋସିଏସନର ସଭାନେତ୍ରୀ ଆରତୀ ବେହେରା ଓ ସାଧାରଣ ସମ୍ପାଦିକା ଯୁବତୀ ପ୍ରଧାନ ପ୍ରକାଶ କରିଛନ୍ତି ସରକାର ଅଲ ଓଡିଶା ଅଙ୍ଗନବାଡି ୱାର୍କସ ଲେଡ଼ିଜ ଆସୋସିଏସନର ଦାବୀ ସମୂହ ପୁରଣ ନ କରିବା ପର୍ଯ୍ୟନ୍ତ ଏଭଳି ଗଣ ଧାରଣା , ବିକ୍ଷୋଭ ମାନ ଜାରି ରହିବ ବୋଲି ଗଣ ମାଧ୍ୟମ ନିକଟରେ ସଭାନେତ୍ରୀ ଆରତୀ ବେହେରା ପ୍ରକାଶ କରିଛନ୍ତି l

nis-ad
Leave A Reply

Your email address will not be published.