ପୁଅ, ଝିଅ ସହ ମିଶି ସ୍ୱାମୀକୁ ପିଟି ପିଟି ହତ୍ୟା କଲା ସ୍ତ୍ରୀ

ଚାନ୍ଦବାଲି ୨୪।୧୧ : ବାପାକୁ ପିଟି ପିଟି ମାରିଦେଲେ ପୁଅ-ଝିଅ ଏବଂ ସ୍ତ୍ରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୁରୀହାଟ ଥାନା ଦୌଲତପୁର ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ନାମ ବାବୁଆ ଦାସ ବୋଲି ଜଣାପଡିଛି ।  

ଖବର ଅନୁଯାୟୀ,  ବାବୁଆ ଦାସ  ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହୋଇଥାଏ l ଅନେକ ସମୟରେ ବାବୁଆଙ୍କ ସ୍ତ୍ରୀ ବାବୁଆଙ୍କ ପାଖରେ ନରହି  ବାପ ଘରକୁ ଚାଲିଯାଆନ୍ତି । ହେଲେ ବୁଧବାର ବାବୁଆ ଘର ବାହାରେ ଏକ ଭୋଜି ଖାଇ ଶୋଇଥିବା ବେଳେ ହଠାତତାଙ୍କ ସ୍ତ୍ରୀ, ତିନି ପୁଅ ଓ ଝିଅ ମିଶି ଏକ ଶାବଳରେ ଆକ୍ରମଣ କରିଥିଲେ ।  ଏହି ଆକ୍ରମଣରେ ବାବୁଆ ଗୁରୁତର ହୋଇଥିଲେ । ତୁରନ୍ତ ବାବୁଆଙ୍କୁ ସମ୍ପର୍କୀୟମାନ ଉଦ୍ଧାର କରି ତିହିଡି଼ ମେଡିକାଲ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

nis-ad
Leave A Reply

Your email address will not be published.