ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ପ୍ରତିଷ୍ଠିତ ବ୍ୟବସାୟୀ ଗଙ୍ଗାଧର ସାମଲ

ଭୁବନେଶ୍ବର: ଖୋଲୁଛି ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର ଗୁମର । ହନିଟ୍ରାପ୍‌ ଓ ମନି ଲଣ୍ଡରିଂ ମାମଲାରେ ଇଡିରେ ହାଜର ହେଉଛନ୍ତି ବଡ଼ ମୁଣ୍ଡ । ଆଜି ଇଡିରେ ହାଜର ହୋଇଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ ଗଙ୍ଗାଧର ସାମଲ । ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ପଚରାଉଚରା ଚାଲିଥିବା ସୂଚନା । ଅର୍ଚ୍ଚନାଙ୍କ ସହ ଲକ୍ଷ ଲକ୍ଷ ଟଙ୍କା କାରବାର ନେଇ ଇଡିକୁ ମିଳିଛି ତଥ୍ୟ ।

ଗଙ୍ଗାଧରଙ୍କୁ ହାଜର ହେବା ପାଇଁ ନୋଟିସ୍‌ ହୋଇଥିଲା । ତାଙ୍କର କଟକ ପ୍ରତାପନଗରୀରେ ଏକ କାର୍‌ ସୋ’ ରୁମ୍‌ ରହିଛି । ଅର୍ଚ୍ଚନାଙ୍କୁ କେମିତି ଜାଣିଛନ୍ତି ଗଙ୍ଗାଧର ? ତାଙ୍କ ସହ କିଭଳି ସମ୍ପର୍କ ରହିଥିଲା ? ଅର୍ଚ୍ଚନାଙ୍କୁ କେତେ ଟଙ୍କା ଦେଇଛନ୍ତି କି ? ଏମିତି ଅନେକ ପ୍ରଶ୍ନର ଉତ୍ତର ତାଙ୍କ ପାଖରୁ ଜାଣିବାକୁ ଚାହିଁବ ଇଡି ।

nis-ad
Leave A Reply

Your email address will not be published.