ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ ସ୍ଵାଗତ ଓ ଅଭିନନ୍ଦନ…

ସମ୍ବଲପୁର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ଲକ୍ଷ ଲକ୍ଷ ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କରିଥିବା ଘୋଷଣାକୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ସ୍ଵାଗତ ତଥା ମୂଖ୍ୟମନ୍ତ୍ରୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗତକାଲି ସ୍ମଘର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ଙ୍କ ନେତ୍ରୁତ୍ଵରେ ଏକ ପ୍ରତନିଧି ଦଳ ମୂଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ଏକ ୧୨ ଦଫା ସମ୍ବଳିତ ଦାବିପତ୍ର ଦେଇ ବିଭିନ୍ନ ଦାବି ସମ୍ପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ ପୁତ୍ର କନ୍ୟାମାନଙ୍କୁ ଛାତ୍ର ବୃତ୍ତି ଦେବା, ସେମାନଙ୍କୁ ବୋନସ ଓ ପ୍ରୋତ୍ସାହନ ବାବଦରେ ପ୍ରଥମ ପର୍ଯ୍ୟାୟରେ ତୋଳାଳୀ ମାନଙ୍କୁ ୧୦୦୦ଟଙ୍କା ସହାୟତା ଦେବା ଓ ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନଙ୍କୁ ୧୫୦୦ଟଙ୍କା ସହାୟତା ଦେବା ଘୋଷଣା, ସମସ୍ତ ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀ ମାନଙ୍କର ବିଜୁ ସ୍ଵାସ୍ଥ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ସର୍କଲ ଚେକରମାନଙ୍କର ଗ୍ରାଚୁଇଟି ବାବଦକୁ ବର୍ଷକୁ ୭ ଦିନ ପରିବର୍ତ୍ତେ ୧୫ ଦିନ ଗ୍ରାଚୁଇଟି ପ୍ରଦାନ କରିବା ଘୋଷଣା, ସମସ୍ତ ତୋଳାଳୀ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ଘୋଷଣା ଅନ୍ତର୍ଭୁକ୍ତ ହୋଇଅଛି । ଏହି ସବୁ ଘୋଷଣା କେନ୍ଦୁପତ୍ର ସଂସ୍ଥାର ସମସ୍ତ ଶ୍ରମିକ ମାନଙ୍କର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ସବୁଠାରୁ ଉଲ୍ଲେଖନୀୟ ପ୍ରସଙ୍ଗ ହେଲା-କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ଜି ଏସ ଟି ଲାଗୁ ହୋଇଥିବା ସଙ୍ଘ ର ଦାବି ପ୍ରତି ମୂଖ୍ୟମନ୍ତ୍ରୀ ଖୁବ ଗୁରୁତ୍ବ ଦେଇଛନ୍ତି । କେନ୍ଦୁପତ୍ର ଉପରେ ଜି ଏସ ଟି ଲାଗୁ ଥିବାରୁ କେନ୍ଦୁପତ୍ର ର ବିକ୍ରି ମୂଲ୍ୟ ହ୍ରାସ ହୋଇ ଲାଭର ପରିମାଣ କମିଯାଉଥିବା ରୁ ଏଥିରେ କାର୍ଯ୍ୟରତ ଆଦିବାସୀ ମହିଳା ତଥା ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀ କ୍ଷତିଗ୍ରସ୍ତ ହେଉଥିବା ମୂଖ୍ୟମନ୍ତ୍ରୀ ଉପଲବ୍ଧି କରି କେନ୍ଦ୍ର ସରକାରଙ୍କୁ ପୁନର୍ବାର ଚିଠି ଦେବା ଓ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିବେ ବୋଲି ଘୋଷଣା ରେ ସ୍ପଷ୍ଟ ପ୍ରକାଶ କରିଛନ୍ତି । ମୂଖ୍ୟମନ୍ତ୍ରୀ ଙ୍କ ଏହି ଘୋଷଣା କୁ ସଂଘ ପକ୍ଷରୁ ଆହୁରି ସ୍ଵାଗତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଘ ଆନ୍ଦୋଳନ କରିଆସୁଛି । ମୂଖ୍ୟମନ୍ତ୍ରୀ ଏଥିପାଇଁ ଚାପ ସୃଷ୍ଟି କରିବା ଏକ ଆଶାର ସଞ୍ଚାର ସୃଷ୍ଟି କରିଛି । ନଚେତ୍ ସଂଘ ମଧ୍ୟ ଆଗାମୀ ଦିନରେ ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ସର୍ବୋପରି ଆଜିର ଘୋଷଣା ରାଜ୍ୟ ରେ ଲକ୍ଷ ଲକ୍ଷ ଆଦିବାସୀ ଶ୍ରେଣୀ ମହିଳା ତଥା ଅନ୍ୟାନ୍ୟ ଶ୍ରମିକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ସୃଷ୍ଟି କରିଛି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଆଉ ଯେଉଁ ସବୁ ଦାବି ଅପୂରଣୀୟ ରହିଲା ସେ ସବୁ ଆଗାମୀ ଦିନରେ ଖୁବ ଶୀଘ୍ର ଉପସ୍ଥାପନ କରିବେ ବୋଲି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଛନ୍ତି ।

nis-ad
Leave A Reply

Your email address will not be published.