ଯାଜପୁର କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର :ଯାଜପୁର ଜିଲ୍ଲାରେ କବାଡ଼ି ଗୋଦାମରେ ନିଆଁ । ଭୟାବହ ଅଗ୍ନିକାଣ୍ଡ ହୋଇଛି । କୋରେଇ ଥାନା ଧନେଶ୍ୱର ଛକରେ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨ଟି ଟିମ୍‌ ପହଞ୍ଚି ନିଆଁ ଲିଭାଉଛନ୍ତି ।

ନିଆଁ ଲିଭାଇବା ବେଳେ ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ଆହତ ହୋଇଛନ୍ତି । କେମିତି ନିଆଁ ଲାଗିଲା କାରଣ ଜଣା ପଡିନି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

nis-ad
Leave A Reply

Your email address will not be published.