ଗଞ୍ଜେଇ ଚାଲାଣରେ ଗିରଫ କନେଷ୍ଟବଳ ଦୋଷୀ ସାବ୍ୟସ୍ତ…

ମାଲକାନଗିରି : ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ପୋଲିସ କନେଷ୍ଟବଳ ସଞ୍ଜୀବ ହୀରା ଦୋଷୀ ସାବ୍ୟସ୍ତ ପରେ ଆଜି ଏହି ମାମଲାର ସୁନାଣି କରି ଜିଲ୍ଲା ଦୌରାଜର୍ଜ ଅଜନ୍ତା ଶଢଙ୍ଗୀ ଦୋଷୀଙ୍କୁ ୧୦ ବର୍ଷ ଜେଲ ଓ ୧ ଲକ୍ଷ ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଗତ ୨୦୨୧ ମସିହାରେ ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପୋଟରେଲ ଛକରେ ଗାଡି ଯାଞ୍ଚ ବେଳେ ଏକ ବୋଲେରୋ ଗାଡିରୁ ୮ କ୍ଵିଣ୍ଟାଲ ଗଞ୍ଜେଇ ଥିବା ଦେଖି ତାହାକୁ ଜବତ କରିବା ସହ ଉକ୍ତ ଗାଡି ଓ ସେଥିରେ ସମ୍ପୃକ୍ତ କନେଷ୍ଟବଳ ସଞ୍ଜୀବ ହୀରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ଏହି ମାମଲାର ସଞ୍ଜୀବ ହୀରାକୁ ଦୋଷୀ ପାଇ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧ଲକ୍ଷ ଟଙ୍କା ଜୋରିମାନା ଶୁଣାଇଛନ୍ତି ।

nis-ad
Leave A Reply

Your email address will not be published.