ପଶୁପାଳନ କାରୀଙ୍କ ଭାଗ୍ୟ ବଦଳାଇବ ଆଜୋଲା, ବଢିବ ଚାଷୀଙ୍କ ଆୟ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି୭୯ ପଶୁପାଳନ କ୍ଷେତ୍ରରେ ଚାଷୀ ଅତ୍ୟଧିକ ଖଚ୍ଚାନ୍ତ ହୋଇ ଲାଭାଂଶ କମିଯାଉଥିବା ରୁ ଲୋକେ ଧିରେଧିରେ ଏହି ଚାଷ ରୁ ନିବୃତ ହେବାରେ ଲାଗିଲେଣି। ମୁଖ୍ୟତଃ ପଶୁଙ୍କ ଖାଦ୍ୟ ଓ ଦାନା ପାଇଁ ହଜାର ହଜାର ଟଙ୍କା ଖର୍ଚ କରାଯାଉଥିବା ବେଳେ ଆୟ କମି ଯାଉଥିବାରୁ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଉଛି। ତେବେ ଗ୍ରାମାଞ୍ଚଳରେ ପଶୁପାଳକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଓଡିଶା ଜିବିକା ମିଶନ ପକ୍ଷରୁ ଆଜୋଲା ନାମକ ଏକ ଶୈବାଳ ପ୍ରତ୍ୟକ ଚାଷୀଙ୍କ ଘରେ ଚାଷ କରାଯାଇ ଗାଇ ଓ ଛେଲିର ଖାଦ୍ୟ ଆବଶ୍ୟକତା କୁ ପୂରଣ କରାଯାଉଛି। ଏଥିପାଇଁ ଆଜୋଲା ନାମକ ଶୈବାଳ ଚାରାକୁ ଘରେ ଏକ ଛୋଟ କୁଣ୍ଡ କରି ଚାଷ କରାଯାଉଥିବା ବେଳେ ପ୍ରତ୍ୟକ ସପ୍ତାହରେ ଏହା ଗୋଟିଏ ଥର ଅମଳ କରାଯାଇଥାଏ। ଆଜୋଲା ଉତ୍ପାଦନ ରେ କୌଣଷି ସାର କିମ୍ବା ଔଷଧ ବ୍ୟବହାର କରାଯାଉ ନଥିବା କୁହାଯାଇଛି। ଅନ୍ୟପଟେ ପଡିଆ ଗ୍ରାମସ୍ଥିତ ଗୀତାଞ୍ଜଳି ତୁରୁକ ନାମକ ଜଣେ ମହିଳା ଙ୍କ ଘରେ ୫ ଟି ଗାଇ ରହିଥିବା ବେଳେ ସେଥିମଧ୍ୟରୁ ଦୁଇଟି ଦୁଧିଆଳୀ ଗାଇ ଗତ କିଛି ସପ୍ତାହ ଧରି ପ୍ରତ୍ୟକ ଦୈନିକ ଏକ ଲିଟର କ୍ଷୀର ଦେଉଥିଲେ। ଗତ କିଛିଦିନ ଧରି ଏହି ଗାଈ ଙ୍କ ଖାଦ୍ୟରେ ଆଜୋଲା ମିଶାଇ ଖାଇବାକୁ ଦିଆଯିବା ପରେ ଏବେ କିଛିଦିନ ହେବ ପ୍ରତ୍ୟକ ଗାଈ ପ୍ରାୟ ୨ ଲିଟର ଦୁଗ୍ଧ ଦେଉଥିବା ଗୀତାଞ୍ଜଳି କହିଛନ୍ତି। ଏଥିସହ ଦୀର୍ଘ ମାସ ଧରି ଅସୁସ୍ଥ ରହୁଥିବା ବାଛୁରୀ ଏହି ଖାଦ୍ୟ ଗ୍ରହଣ ପରେ ଏବେ କିଛି ଦିନ ମଧ୍ୟରେ ଅଚାନକ ଗାଇର ଶାରୀରିକ ବିକାଶ ହୋଇଥିବା ସେ କହିଛନ୍ତି। ଏଭଳି ଆଜୋଲା ବ୍ୟବହାର ଯୋଗୁଁ ଗୋ ଦାନା କିଣିବାକୁ ପଡୁନଥିବା ବେଳେ ଏହା ଅତ୍ୟନ୍ତ କମ୍ ଖର୍ଚ୍ଚରେ ହୋଇଥିବା ବେଳେ ଆୟକୁ ଦୁଇଗୁଣ କରିଥିବା କହିଛନ୍ତି। ଏଥିସହ ଏଭଳି ଚାଷ ଲୋକଙ୍କ ଗାଇ ଓ ଛେଳି ଙ୍କ ଖାଦ୍ୟ ଦାନାର ବିକଳ୍ପ ପାଲଟି ଥିବା ବେଳେ ଆଗାମୀ ଦିନରେ ଏହାକୁ କୁକୁଡ଼ା ଓ ଚାଷଜମି ରେ ମଧ୍ୟ ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ପଡିଆ ବିପିଏମ ଅନୁପ କୁମାର ମିଶ୍ର କହିଛନ୍ତି। ଗ୍ରମାଞ୍ଚଳରେ ପଶୁପାଳକ ମାନେ ଉପଯୁକ୍ତ ଖାଦ୍ୟ ଯୋଗାଇବାରେ ବିଫଳ ହେଉଥିବାରୁ ଓଡିଶା ଜିବିକା ମିଶନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଆଜୋଲା ବ୍ୟବହାରକୁ ଗୁରୁତ୍ଵ ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଳଟିଥିବା ବେଳେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଏହି ଚାଷ ପଶୁପାଳନ କାରୀଙ୍କ ଜୀବନରେ କିଭଳି ପରିବର୍ତ୍ତନ ଆଣି ପାରୁଛି।

nis-ad
Leave A Reply

Your email address will not be published.