ଯାଜପୁର ୨୧।୧୧ : କୋରେଇ ଷ୍ଟେସନରେ ଦୁର୍ଘଟଣା ପରେ ଏହି ରୁଟ୍ ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୮ଟି ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ୫ଟି ଟ୍ରେନ୍କୁ ଆଂଶିକ ବାତିଲ କରାଯାଇଛି । ବାକି ୧୬ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ହାୱଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍, ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ , ସାଲିମାର-ପୁରୀ ଏକ୍ସପ୍ରେସ୍, ପୁରୀ -ସାଲିମାର ଏକ୍ସପ୍ରେସ୍ , ସାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ୍, କଟକ-ଭଦ୍ରକ-କଟକ ପାସେଞ୍ଜର , ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ପାସେଞ୍ଜର ଏବଂ ଭୁବନେଶ୍ବର-ବାଲେଶ୍ବର ପାସେଞ୍ଜର ଟ୍ରେନ୍ କୁ ବାତିଲ କରି ଦିଆଯାଇଛି ।
ସେହିଭଳି ଭୁବନେଶ୍ବର-ହାୱଡା ଜନଶତାବ୍ଦୀ ଯାଜପୁର ପର୍ଯ୍ୟନ୍ତ ଯିବ, ପୁରୀ-ହାୱଡା ଶତାବ୍ଦୀ ଏକ୍ସପ୍ରେସ୍ ଯାଜପୁର ପର୍ଯ୍ୟନ୍ତ ଯିବ, ବାଲେଶ୍ବର-ଭୁବନେଶ୍ବର ପାସେଞ୍ଜର କେନ୍ଦୁଆପଡା ପର୍ଯ୍ୟନ୍ତ ଯିବ, ବାଙ୍ଗିରିପୋଷୀ-ଭୁବନେଶ୍ବର ଏକ୍ସପ୍ରେସ୍ ଭଦ୍ରକ ପର୍ଯ୍ୟନ୍ତ ଯିବ, ଖଡ଼ଗପୁର-ଖୋର୍ଦ୍ଧା ଏକ୍ସପ୍ରେସ୍ ଭଦ୍ରକ ପର୍ଯ୍ୟନ୍ତ ଯିବ । ଏହାସହ ୧୬ ଟ୍ରେନ୍ ରୁଟ୍ ପରିବର୍ତ୍ତନ କରାଯାଇଛି ।
ଅନ୍ୟପଟେ ୧୬ ଟ୍ରେନର ଗତିପଥ ପରିବର୍ତ୍ତନ ହୋଇଛି । ଦେଖନ୍ତୁ ପୁରା ତାଲିକା…
୨୨୮୨୩- ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଜଖପୁରା-ଜରୋଲି- ଟାଟା ଦେଇ ଯିବ
୧୨୮୧୫- ପୁରୀ -ଆନନ୍ଦବିହାର ନନ୍ଦନକାନନ ଏକ୍ସପ୍ରେସ ଜଖପୁରା-ଜରୋଲି- ଟାଟା ଦେଇ ଯିବ
୧୮୦୪୬- ହାଇଦ୍ରାବାଦ- ସାଲିମାର ଇଷ୍ଟ କୋଷ୍ଟ ଏକ୍ସପ୍ରେସ ଜଖପୁର-ଜରୋଲି – ଟାଟା ଦଏଇ ଯିବ
୧୮୪୭୭ – ପୁରୀ -ଋଷିକେଶ କଳିଙ୍ଗ ଉତ୍ସଳ ଏକ୍ସପ୍ରସ, ଅନୁଗୋଳ- ସମ୍ବଲପୁର ସିଟି ଓ ଝାରସୁଗୁଡା ଦେଇ ଯିବ
୨୨୮୫୨- ବାଙ୍ଗୋଳୋର ସାନ୍ତରାଗାଛି ଏକ୍ସପ୍ରେସ , ଜଖପୁରା-ଜରୋଲି -ଟାଟା ଦେଇ ଯିବ
୨୨୬୪୧- ତ୍ରିଭେନ୍ଦ୍ରମ – ସାଲିମାର ଏକ୍ସପ୍ରେସ ଜଖପୁରା-ଜରୋଲି-ଟାଟା ଦେଇ ଯିବ
୧୨୭୦୪-ସିକନ୍ଦରାବାଦ-ହାୱଡା ଫଲକନୁମା ଏକ୍ସପ୍ରେସ ଅନୁଗୋଳ-ସମ୍ବଲପୁର ସିଟି ଓ ଝାରସୁଗୁଡା ଦେଇ ଯିବ
୨୦୮୯୦- ତିରୁପତି -ହାୱଡା ଏକ୍ସପ୍ରେସ ଅନୁଗୋଳ, ସମ୍ବଲପୁର ସିଟି ଝାରସୁଗୁଡା ଦେଇ ଯିବ
୧୨୨୪୬- ବେଙ୍ଗାଳୁରୁ-ହାୱଡା ଦୁରୋନ୍ତୋ ଏକ୍ସପ୍ରେସ ଅନୁଗୋଳ, ସମ୍ବଲପୁର ସିଟି ଝାରସୁଗୁଡା ଦେଇ ଯିବ
୧୨୮୬୪- ବେଙ୍ଗାଳୁରୁ-ହାୱଡା ଏକ୍ସପ୍ରେସ ଜଖପୁରା- ଜରୋଲି ଦେଇ ଯିବ
୨୨୩୦୫- ବେଙ୍ଗାଳୁରୁ- ଜସିଡିହ ଏକ୍ସପ୍ରେସ ଜଖପୁର-ଜରୋଲି -ଟାଟା ଦେଇ ଯିବ
୨୨୮୦୮- ଚେନ୍ନାଇ ସାନ୍ତରାଗାଛି ଏକ୍ସପ୍ରେସ ଜଖପୁରା-ଜରୋଲି- ଟାଟା ଦେଇ ଯିବ