ବିଧାନସଭାରୁ ହଟିଲା କୋଭିଡ଼ କଟକଣା

ଭୁବନେଶ୍ୱର ୨୧।୧୧ : ବିଧାନସଭାରୁ ହଟିଲା କୋଭିଡ଼ କଟକଣା । ବିଧାୟକ, ମନ୍ତ୍ରୀ, ଷ୍ଟାପ୍‌ଙ୍କ ପାଇଁ କୋଭିଡ଼ ମୁକ୍ତ ହେଲା ବିଧାନସଭା । ପ୍ରେସ୍‌ ଗ୍ୟାଲେରୀକୁ ଯାଇପାରିବେ ସାମ୍ବାଦିକ । ଏଣିକି ବିନା କୋଭିଡ଼ କଟକଣାରେ ସ୍ୱାଭାବିକ ଭାବେ ଚାଲିବ ବିଧାନସଭା ।

ଖବର ଅନୁଯାୟୀ, ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକମାନଙ୍କୁ ବିଧାନସଭାରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଏପିରିକି ପ୍ରତି ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ, ଷ୍ଟାପ୍‌ଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ଏବେ ଏହି ସବୁ କଟକଣାକୁ ହଟଯାଇଛି । ସେପଟେ ଚଳିତ ବର୍ଷ ବିଧାନସଭାକୁ ସୁରୁଖୁରରେ ଚଳାଇବା ନେଇ ସର୍ବଦଳୀୟ ବୈଠକ ବସିଛି ।

nis-ad
Leave A Reply

Your email address will not be published.