ମାସିକ ଛାତ୍ରବୃତ୍ତି ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା

ନବରଙ୍ଗପୁର: ୪୦ ଲକ୍ଷ ଟଙ୍କାର ଠକେଇ । ମାସିକ ଛାତ୍ରବୃତ୍ତି ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା । ବାସ୍ତବ ଇଣ୍ଡିଆ ଟ୍ରଷ୍ଟ ନାମକ ଏକ ସଂସ୍ଥା ନାଁରେ ଆସିଛି ଅଭିଯୋଗ । ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠକାମୀର ଶିକାର ହୋଇଥିବା ଯୁବକ ଯୁବତୀ ।

ମାସିକ ଛାତ୍ରବୃତ୍ତି ଦେବା ନାଁରେ ନବରଙ୍ଗପୁର ଜିଲ୍ଲାର ପ୍ରାୟ ୯ଶହରୁ ଉର୍ଦ୍ଧ୍ୱ ଅଭିଭାବକଙ୍କ ଠାରୁ ଛାତ୍ରବୃତ୍ତି ଓ ସୋଲାର ଲାଇଟ୍‌ ସଂଯୋଗ ନାଁରେ ୪୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏହି ଠକେଇ ପାଇଁ ବାସ୍ତବ ଇଣ୍ଡିଆ ସଂସ୍ଥା ଜିଲ୍ଲାରେ ପ୍ରାୟ ୧୩୬ ଜଣଙ୍କୁ ନିଯୁକ୍ତି ଦେଇଥିଲା । ଏନେଇ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଛି ଇଓଡବ୍ଲୁ ।

nis-ad
Leave A Reply

Your email address will not be published.