ସ୍ତ୍ରୀ ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବୃଦ୍ଧ ସ୍ୱାମୀ: ପୁଅ ନାରେ କଲେ ଅଭିଯୋଗ

କେନ୍ଦ୍ରାପଡା: ସ୍ତ୍ରୀ ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବୃଦ୍ଧ ସ୍ୱାମୀ । ପୁଅ ମାଡରୁ ରକ୍ଷା କରିବାକୁ କରିଛନ୍ତି ନିବେଦନ । କେନ୍ଦ୍ରାପଡା ଜିଲ୍ଲା ନଳଦିଆ ଗାଁର ଘଟଣା । ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହେବା ପରେ ଗାଁକୁ ମୃତଦେହ ନେବା ପରିବର୍ତ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇଛନ୍ତି ବୃଦ୍ଧ ସ୍ୱାମୀ ବାବାଜୀ ମହାନ୍ତି ।

ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କ ମୃତଦେହକୁ ସୁରକ୍ଷା ଯୋଗାଇ ଦେବାକୁ ନିବଦେନ କରିଛନ୍ତି । ଗତ ୪ ଦିନ ତଳେ ପୁଅ ଅମର ମହାନ୍ତି କୌଣସି କାରଣରୁ ମାଆକୁ ମାଡ ମାରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ମାଆ ଆରତୀ ମହାନ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ  ଏବେ ମୃତଦେହ ନେଇ ଗାଁକୁ ଗଲେ ପୁଅ ପୁଣି ମାରପିଟ୍‌ କରିବାର ଆଶଙ୍କା କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାବାଜୀ । ଘଟଣା ସମ୍ପର୍କରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନି । ଅନ୍ଯପଟେ ବାବାଜୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗାଁ ଲୋକେ। ଗାଁ ଲୋକଙ୍କ କହିବା ମୁତାବକ ତାଙ୍କ ପୁଅ ଏବେ କୋଲକତାରେ। ତେବେ ଗାଁରେ ଉପସ୍ଥିତ ନଥାଇ କେମିତି ନିଜ ମାକୁ ମାଡ ପାରିବ। ତେବେ ପୋଲିସ୍ ର ତଦନ୍ତ ପରେ ଯାଇ ସତ୍ଯାସତ୍ଯ ଜଣାପଡିବ।

nis-ad
Leave A Reply

Your email address will not be published.