ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ପାଟଣା ୨୦।୧୧ : ବାରହା ଆକ୍ରମଣରେ ଜଣେ ଗୁରୁତର । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ମାଧପୁର ଗାଁରେ ଘଟିଛି ଘଟଣା । ଗୁରୁତର ବ୍ୟକ୍ତି ଉପେନ୍ଦ୍ର ନାଏଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଉପେନ୍ଦ୍ର ବିଲକୁ ଧାନ କାଟିବାକୁ ଯାଇଥିଲେ । ଏହି ସମୟରେ ଏକ ଜଙ୍ଗଲୀ ବାର୍‌ହା ଆସି ଆକ୍ରମଣ କରିଥିଲା । ଯାହାଫଳରେ ଉପେନ୍ଦ୍ରଙ୍କ ମୁହଁ ଓ ହାତ ଆଙ୍ଗୁଳିରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

nis-ad
Leave A Reply

Your email address will not be published.