ବନ୍ଧା ହେଲା ରସିକିଆ ପ୍ରେମିକ

ଆନନ୍ଦପୁର ୨୦।୧୧ : ବନ୍ଧାହେଲା ରସିକିଆ ପ୍ରେମିକ । ପ୍ରେମ ନିବେଦନ କରି ବିଫଳ ହେବା ପରେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ଅପମାନିତ କରିଥିଲେ । ଏବେ ବନ୍ଧା ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ପ୍ରେମ ନିବେଦନ କରି ବିଫଳ ହେବାପରେ କଲେଜ ଯୁବା ସମୟରେ ଜଣେ କଲେଜ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ଅପମାନିତ କରିବା ସହ ମାଡମାରିଥିଲା ରସିକିଆ  ଯୁବକ ।  ଏଥିରେ ମଧ୍ୟ ମନଭରି ନଥିଲା ଯୁବକର । ପୁଣି ଥରେ  ପିଛା କରି ଛାତ୍ରୀ ପଢୁଥିବା ମହିଳା ମହାବିଦ୍ୟାଳୟ ଗେଟ୍ ସମ୍ମୁଖରେ ଗାଳିଗୁଲଜ କରିବା ସହ ମାଡ ମାରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଶନିବାର ଏହି ଘଟଣା ପରେ ଛାତ୍ରୀ ଜଣକ ସାହସ କରି ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ୍ ଅଭିଯୁକ୍ତ ଯୁବକକୁ ଯାଜପୁର ରୋଡ ରୁ ଗିରଫ କରିଛି । ଗିରଫ ଯୁବକ ଫକୀରପୁର ଗାଁର ପୁରୁଷୋତ୍ତମ ସାହୁ ହୋଇଥିବା ପୋଲିସ୍ ସୂଚନା ଦେଇଛି । ଛାତ୍ରୀ ଓ ଯୁବକଙ୍କ ଘର ଫକୀରପୁରରେ ହୋଇଥିବା ବେଳେ ଯୁବକ ଜଣକ ଦୀର୍ଘଦିନ ଧରି ସଂପୃକ୍ତା ଛାତ୍ରୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି ।

nis-ad
Leave A Reply

Your email address will not be published.