୧୭ ତମ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ସମାପନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ କରୋନେସନ ପଡିଆ ସ୍ଥିତ ଆଥଲେଟିକ ହଲ ଠାରେ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ଦ୍ୱାରା ୧୭ ତମ କଲର ବେଲ୍ଟ ପରୀକ୍ଷା ସମାପନ ହେଇଯାଇଛି l ଏହି ପରୀକ୍ଷାରେ ୪୦ ଜଣ ଉଭୟ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିଥିଲେ l ସେଥିମଧ୍ୟରୁ ୧୦ ଜଣ ହଳଦିଆ କଲର,୨୦ ଜଣ ନୀଳ କଲର, ୬ ଜଣ ବ୍ଲୁ କଲର, ୫ ଜଣ ନାଲି କଲର ବେଲ୍ଟ ପାଇଁ ପରୀକ୍ଷା ଦେଇଥିଲେ l ଓଡିଶା ଟାଏକୋଣ୍ଡୋ ସଂଘର ବିଶ୍ୱନାଥ ନାୟକ ୪ଥ ଡାନ ବ୍ଲାକ ବେଲ୍ଟ ପିଲାମାନଙ୍କର ପରକ୍ଷା କରାଇଥିଲେ lପରୀକ୍ଷାରେ ବାଳିକାମାନେ ବିଭିନ୍ନ ପ୍ରକାର ଆତ୍ମାରକ୍ଷା କଳା ଦେଖେଇବା ସହ ହାତ ଓ ଗୋଡ଼ରେ ଇଟା ଓ ପଟା ଭାଙ୍ଗିବା କଳା ପଦର୍ଶନ କରିଥିଲେ l ଏକାଡେମୀର ପ୍ରଶିକ୍ଷକ ରମାକାନ୍ତ ବେହେରା ଓ ପ୍ରିତମ ଚନ୍ଦ୍ର ପ୍ରଧାନ ପରୀକ୍ଷା ପରିଚାଳନା କରିବାରେ ସହଯୋଗ କରିଥିଲେ l ଜିଲ୍ଲା ସଂଘର ସମ୍ପାଦକ ପ୍ରଭାତ କୁମାର ସାହୁ ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ପିଲାମଙ୍କର ଭବିଷତ ଉଜ୍ୱଳ କାମନା କରିଥିଲେ l

nis-ad
Leave A Reply

Your email address will not be published.