ବାଲିଯାତ୍ରାକୁ ନେଇ ଉଠିଲା ବିବାଦ, ଯାତ୍ରାର ସଂପୂର୍ଣ୍ଣ ଆୟବ୍ୟୟର ସ୍ପେଶାଲ ଅଡିଟ କରାଯାଉ: ପ୍ରଭାତ ତ୍ରିପାଠୀ

କଟକ: ଗତକାଲି ଶେଷ ହୋଇଥିବା ଐତିହାସିକ ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ଯକ୍ରମ କରିଥିବା ନେଇ ଅଭିଯୋଗ । ଏହି ପ୍ରଶ୍ନ ଉଠାଇଛି ଉଭୟ ମହାନଗର ପୂଜା କମିଟି ଓ ଶାନ୍ତି କମିଟି। ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, ସମ୍ପୂର୍ଣ୍ଣ ବାଲିଯାତ୍ରାକୁ ସ୍ପେସାଲ ଅଡିଟ କରାଯାଉ। ଦୁଇ ବର୍ଷ ବ୍ଯବଧାନ ପରେ ଚଳିତବର୍ଷ ପାଳନ ହୋଇଛି ବାଲିଯାତ୍ରା। ୮ ଦିନ ପରିବର୍ତ୍ତେ ପ୍ରଥମେ ୯ ଦିନ ପରେ ଆଉ ଏକ ଦିନ ଏଭଳି ୧୦ ଦିନ ହେବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିଲା ନିଷ୍ପତ୍ତି। ତେବେ ଏହି ଖୁସି ଓ ଆନନ୍ଦ ମଧ୍ୟରେ ଗତକାଲି ଶେଷ ହୋଇଛି ବାଲିଯାତ୍ରା।

ତମାମ ବାଲିଯାତ୍ରାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ କେତେ ଆୟ ହୋଇଛି ତାହା ସର୍ବ ସମ୍ମୁଖକୁ ଆସିବାକୁ ଦାବି ହୋଇଛି। କାରଣ ଗୋଟିଏ ପଟେ ବ୍ଯବସାୟ ଅନ୍ଯପଟେ ମଞ୍ଚ ରେ ସଂକୃତିକ କାର୍ଯ୍ଯକ୍ରମ ରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ସମସ୍ତେ ଜାଣିବାର ଅଧିକାର ରହିଛି ବୋଲି କହିଛନ୍ତି ମହାନଗର ପୂଜା କମିଟି ସମ୍ପାଦକ ।ଏହାସହ ନିମନ୍ତ୍ରଣ କରାଯାଇଥିବା ଅତିଥି ଚୟନ ,ନିମନ୍ତ୍ରଣ ପତ୍ର ବଣ୍ଟନ ରେ ବିଭ୍ରାଟ , ମଞ୍ଚର ନାଁମ କରଣକୁ ନେଇ ତୁତୁ ମେ ମେ , ପଥ ଉତ୍ସବରେ ରାଜନୀତି କରଣ ,ଅଶ୍ଳୀଳ ସଙ୍ଗୀତ ପରିବେଷଣ ଯାହା ରାଜ୍ଯ ବାସୀଙ୍କୁ ଶକ୍ତ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ଏହାଛଡ଼ା ଉତ୍କଳ ଗୌରବ ମଧୁସଦନ ଦାସ ନାଁ ରେ ମଧୁମଞ୍ଚ କରିବା ପାଇଁ ବାଲିଯାତ୍ରା ରେ ଜାଗା ଟିକେ ନମିଳିବା ତାହା ମଧ୍ୟ ଏକ ସମ୍ବଦେନଶୀଳ ପ୍ରସଙ୍ଗ। ଏହା ବ୍ଯତୀତ କଟକ ଇନ କଟକ , ଦୋକାନ ବଜାର , ମଧ୍ୟରେ ଅହଂକାର ଭରି ରହିଥିଲା ବୋଲି କହିଛି ମହାନଗର ପୂଜା କମିଟି। ଗୋଟିଏ ପଟେ ବାଲିଯାତ୍ରା କୁ ଜାତୀୟ ସ୍ତରୀୟ ମାନ୍ଯତା ଦେବା ଲାଗି ସବୁ ପ୍ରୟାସ ଜାରି ରହିଛି। ହେଲେ ଇତି ମଧ୍ୟରେ ଏପରି ବିଭ୍ରାଟ କେବେ ବି ଗ୍ରହଣୀୟ ନୁହେଁ। ତେଣୁ ବାଲିଯାତ୍ରା ପରିଚାଳନା ଦାୟିତ୍ୱ ଓ ନିଷ୍ପତି ନେବାର ଅଧିକାର ପ୍ରତ୍ୟକ୍ଷ ଭାବରେ ରାଜ୍ଯ ସରକାର ନିଅନ୍ତୁ ବୋଲି ଦାବି କରିଛି ମହାନଗର ପୂଜା କମିଟି ଓ ଶାନ୍ତି କମିଟି ।

nis-ad
Leave A Reply

Your email address will not be published.