ଚଣ୍ଡିଖୋଲ ଛକରେ ସିରିଜ ଦୁର୍ଘଟଣା, ଫିଲ୍ମ ଷ୍ଟାଇଲରେ ଓଲଟିଲା କାର୍

ଚଣ୍ଡୀଖୋଲ ୧୮/୧୧: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ ସିରିଜ ଦୁର୍ଘଟଣା । NH16 ଚଣ୍ଡିଖୋଲ ଛକ ନିକଟରେ ଏକ କାରଟି ଅନ୍ୟ ଏକ କାର୍ ସହ ଧକା ଦେଇଥିଲେ । ଯାହା ଫଳରେ ଅନ୍ୟ ଏକ କାରଟି ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ସ୍କର୍ପିଓରେ ଧକା ଦେଇ ଓଲଟି ପଡିଥିଲା । ଯାହା ଫଳରେ ତିନୋଟି ଗାଡି ସମ୍ପୂର୍ଣ୍ଣ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ସୂଚନା ଅନୁଯାୟୀ ଦୁଇଟି କାର ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ଗୋଟିଏ କାର ସହ ଅନ୍ୟ ଏକ କାରର ହୋଇଥିଲା ଧକ୍କା । ଯାହା ଫଳରେ ଅନ୍ୟ ଏକ କାରଟି ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ସ୍କର୍ପିଓ ସହ ଧକା ଦେଇ ରାସ୍ତା କଡ଼କୁ ଫିଲ୍ମ ଷ୍ଟାଇଲରେ ଓଲଟି ପଡିଥିଲା । ଏହି ସିରିଜ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ, ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଆହତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ଘଟଣା ସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଂଚି ଘଟଣା ର ଅଧିକ ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.