ବଢିବ ବିଧାୟକଙ୍କ ଦରମା

ଭୁବନେଶ୍ୱର ୧୮/୧୧: ବଢିବ ବିଧାୟକଙ୍କ ଦରମା । ବିଧାନସଭାର ଉପଦେଷ୍ଟା କମିଟି ଏନେଇ ବିଚାର ବିମର୍ଶ କରୁଛି । ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ୨ ଲକ୍ଷରୁ ଅଢେଇ ଲକ୍ଷ ରହିଛି । ଓଡ଼ିଶାରେ ବିଧାୟକଙ୍କ ଦରମା କମ ରହିଛି । ସବୁ ମିଶିକି ୯୮ ହଜାର ବିଧାୟକମାନେ ପାଉଛନ୍ତି । ଖୁବଶୀଘ୍ର ଦରମା ବୃଦ୍ଧି ନେଇ ବାଚସ୍ପତିଙ୍କୁ ରିପୋର୍ଟ ଦିଆଯିବ। ସବିଶେଷ ନିଷ୍ପତ୍ତି ନେବେ ରାଜ୍ୟ ସରକାର ।

ସୂଚନା ଥାଉକି, ଚଳିତ ବିଧାନସଭାରେ ଉଠିଥିଲା ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ । କିଛି ସଦସ୍ୟ କହିଥିଲେ ଯେ, ଶେଷ ଥର ପାଇଁ ୧୩.୯.୨୦୧୭ରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଆଉ ଏବେ ସବୁ ରେଟ୍ ବି ବଢିଛି ତେଣୁ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ହୋଇଥିଲା । ଏବେ ସବୁର ବିଚାର କରିବା ପରେ ସରକାର ଯାହା ନିଷ୍ପତ୍ତି ନେବେ ।

nis-ad
Leave A Reply

Your email address will not be published.