କଂଗ୍ରେସ ଭବନରୁ ଚୋରି, କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ୱର ୧୮/୧୧: ରାଜଧାନୀର କେନ୍ଦ୍ରସ୍ଥଳ ଭାବେ ପରିଚିତ ମାଷ୍ଟରକ୍ୟାଣ୍ଟିନ ଛକର କଂଗ୍ରେସ ଭବନ ଏବେ ଅସୁରକ୍ଷିତ । ପୂର୍ବରୁ କଂଗ୍ରେସ ଭବନ ଉପରକୁ ଏକାଧିକ ଥର ବୋମାମାଡ଼ ଓ ଆକ୍ରମଣ ହୋଇଥିଲା । ସବୁଥର ଅଘଟଣ ଘଟିବା ପରେ ପୁଲିସ କଂଗ୍ରେସ ଭବନରେ ପହଞ୍ଚୁଥିଲା । ଏବେ ଭବନ ପରିସରରେ ଦୁର୍ବୃତ୍ତ ପଶି ଅସବାବପତ୍ର ଚୋରି କରିଲେଣି । ଏନେଇ କଂଗ୍ରେସ ଭବନ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଓଡି଼ଶା ପ୍ରଦେଶ କଂଗ୍ରେସ କମିଟି ବୈଦ୍ୟନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ତାଙ୍କ ଅଭିଯୋଗ ମୁତାବକ, କଂଗ୍ରେସ ଭବନରେ ୮ଟି ଏସି ସଂଯୋଗ କରାଯାଇଛି । ଏସବୁ ଏସିକୁ ସଂଯୁକ୍ତ କରୁଥିବା କପର ତାରଗୁଡ଼ିକ ବିଲ୍ଡିଂ ପଛପଟ କାନ୍ଥରେ ଲଗାଯାଇଛି । କିଛି ଦୁର୍ବୃତ୍ତ କାନ୍ଥରେ ଲଗାଯାଇଥିବା ଏହି କପର ତାରକୁ ଚୋରି କରି ନେଇଛନ୍ତି । ସେହିପରି ପରିସରରେ ଥିବା କିଛି ଚେୟାର ଓ ଅନ୍ୟ ଆସବାବପତ୍ର ମଧ୍ୟ ଚୋରି ହୋଇଯାଇଛି । ଖୁବ୍‌ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଧରିବାକୁ ଶ୍ରୀ ସ୍ୱାଇଁ ପୁଲିସକୁ କହିଛନ୍ତି । ସେହିପରି କଂଗ୍ରେସ ଭବନରେ ଚାରିପାଖେ ରାତିବେଳା ପାଟ୍ରୋଲିଂ ବଢ଼ାଇବାକୁ ମଧ୍ୟ ନିବେଦନ କରାଯାଇଛି ।

nis-ad
Leave A Reply

Your email address will not be published.