ପୋଲିସ କବ୍‌ଜାରେ ୩ ଅଭିଯୁକ୍ତ ଚୋର ଗିରଫ, ଚୋରି ସାମଗ୍ରୀ ଜବତ…

ହିଞ୍ଜିଳିକାଟୁ : ୧୮।୧୧: ହିଞ୍ଜିଳି ଥାନା ଅଞ୍ଚଳରେ ବହୁ ଚୋରି ଘଟଣାରେ ପୋଲିସ ଏକ ପେଷାଦାର ଚୋର କୁ ଧରିବା ସହ ଵହୁ ଚୋରି ସାମଗ୍ରୀ ଜବତ କରିଛି ଗତ ଦୁଇ ମାସ ତଳେ ହିଞ୍ଜିଳି ଥାନା ଅଞ୍ଚଳର ସମରଝୋଳ ଛକ କାଳୀ ମନ୍ଦିର ରେ ୧୮।୭ ।୨୨ ଓ ପୋଚିଲିମା ପଚାଂୟତ କାର୍ଯ୍ୟାଳୟରୁ ଚୋରି ହୋଇଥିବା ନେଇ ୩୦।୯ ।୨୨ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା । ଲଗାତାର ଭାବେ ବୃଦ୍ଧି ପାଉଥିବା ଚୋରି ଘଟଣାକୁ ନେଇଥିଲେ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଙ୍କ ତଦାରଖରେ ଏକ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ । ଗୁରୁବାର ଦିନ କୌଣସି ସୂତ୍ରରୁ ଖବର ପାଇ ଆଡପଡା ଫାଣ୍ଡି ଅଂଚଳରେ ଜଣେ ବ୍ୟକ୍ତି ଚୋରି ଲାପଟବ ବିକ୍ରି କରୁଥିବା ଵେଳେ ହିଞ୍ଜିଳି ଥାନା ଏସ ଆଇ ଗୋପାଳ କୃଷ୍ଣ ଆଗୁ ପାତ୍ର ଓ ଟିମ ଘଟଣାସ୍ଥଳରେ ପହଞ୍ଚି ଲାପଟବ ସହ ଚେରକୁ ଧରି ହିଞ୍ଜିଳି ଥାନା କୂ ଆଣି ପତରା ଉଚରା କରିଥୁଲେ। ପୋଲିସ ଆଗରେ ଵିଭିନ୍ନ ସ୍ଥାନରୁ ଚୋରି କରିଥିବା ସହ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗ ରେ ଦୁଇ ଜଣ ଯୁବକ କୁ ଗିରଫ କରିଛି ହିଞ୍ଜିଳି ପୋଲିସ। ଏହି ପେଷାଦାର ଚୋର୍ କୁ ଗିରଫ କରିବା ସହ ଚୋରୀ ହୋଇଥିବା ସାମଗ୍ରୀପ୍ରାୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ସହ ବାଇକ ଜବତ କରିଛି ।

ଜବତ ହୋଇଥିବା ଜିନିଷ ମଧ୍ୟରେ୫ ଗୋଟି ଲାପଟବ, ୨ ଗୋଟି ସିପିଓ, ୨ଗୋଟି କମ୍ପ୍ୟୁଟର ମନିଟର ,ଗୋଟିଏ କେନନ ପ୍ରିଣ୍ଟର, ଗୋଟିଏ ଏ ସି, ବିଭିନ୍ନ କମ୍ପାନୀ ର ତିନୋଟି ଏଲ ଇଡି ଟିଭି, ୬ ଗୋଟି ଭିନ୍ନ ୱାଟ ଆହୁଜା କମ୍ପାନୀର ଏମ୍ପ୍ଳିଫାଇର ମେସିନ, ୫ ଗୋଟି ପାଣି ମୋଟର, ଗୋଟିଏ ୱାନ ପ୍ଳସ ମୋବାଇଲ ଫୋନ, ଗୋଟିଏ ୱେବ କେମେରା, ୨ ଗୋଟି ହାର୍ଡ ଡିସ୍କ, ଡିସକଭରୀ ବାଇକ ନଂ ଓଆର ୦୭ଡବ୍ଲ ୮୩୦୭ ସହ ସ୍ଲାଇ ରେଚିଁ, ଆଇରନ କଟର ସହ ସ୍କ୍ରୁ ଡାଇଭର ଘର ଭାଙ୍ଗିବାରେ ବ୍ୟବହୃତ ହୋଇଥିବା ହାତ ହତିଆର ରହିଥିଲା । ଗିରଫ ଅପରାଧୀମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଜରଡ ଥାନା ଅନ୍ତର୍ଗତ ପାତ୍ରପୁର ପନ୍ଦରା ସାହିର ଚନ୍ଦ୍ରଶେଖର ବାଡତ୍ୟା, ଚୋରି ସାମଗ୍ରୀ କିଣିଥିବା ଅଭିଯୋଗ ରେ ପୁରି ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଵାଘାମୁଣ୍ଡା ଗ୍ରାମର ଵ୍ରହ୍ମଚାରୀ ପ୍ରଧାନ ଓ ପାଟପୁର ଥାନା ସୁମନ୍ତପୁର ଗ୍ରାମର ଶ୍ରୀକାନ୍ତ ସାବତ ଏହି ଅପରାଧୀମାନଙ୍କୁ ହିଞ୍ଜିଳି ଥାନା ରେ ୩ ଟି କେସ ,ବ୍ରହ୍ମପୁର ସଦର ଥାନାରେ ୪ଟି କେସ, ଦିଗପହଣ୍ଡି ଥାନାରେ ଗୋଟିଏ କେସ, ପାଟପୁର ଥାନା ରେ ୪ ଟି କେସ,ଆସିକା ଥାନାରେ ଗୋଟିଏ ଓ ଅନ୍ତ ରାଜ୍ୟ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କାଭିତି ଥାନାରେ ଗୋଟିଏ କେସ ସହ ମୋଟ ୧୪ ଗୋଟି କେସରେ ସମ୍ପୃକ୍ତ ଥିବା ନେଇ ମାମଲା ରୁଜୁ କରିଛି ହିଞ୍ଜିଳି ପୋଲିସ । ଏନେଇ ଶୁକ୍ରବାର ହିଞ୍ଜିଳି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଅଧୀକ୍ଷକ ପି କେ ଦଳେଇ, ସୂଚନା ଦେଇଛନ୍ତି ।ସାମ୍ବାଦିକ ସମ୍ମିଳନୀରେ ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ,ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଶେରଗଡ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ହିଞ୍ଜିଳି ଥାନା ଏସଆଇ ସିଦ୍ଧାର୍ଥ ଜେନା, ଏସଆଇ ଗୋପାଳ କୃଷ୍ଣ ଆଗୁ ପାତ୍ର, ରାଘବ ପ୍ରଧାନ,ହାଵିଲଦାର ପ୍ରମୋଦ କୁମାର ଗନ୍ତାୟତ ,କନଷ୍ଟେବଲ ସରୋଜ ରଣସିଂ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.