୧୦,୦୦୦ କର୍ମଚାରୀଙ୍କୁ ଛଟେଇ ପ୍ରସଙ୍ଗରେ ସ୍ପଷ୍ଟ କଲା ଆମାଜନ୍

ନୂଆଦିଲ୍ଲୀ: ଆର୍ଥିକ ଓ ବ୍ୟବସାୟିକ ମାନ୍ଦାବସ୍ଥାର ଭୟଙ୍କର ପ୍ରଭାବ। କର୍ମଚାରୀଙ୍କୁ ବିଦା କରିବ ଆମାଜନ୍‌। ଏନେଇ କମ୍ପାନୀ ସ୍ପଷ୍ଟ କରିଛି। ପ୍ରାୟ ୧୦,୦୦୦ କର୍ମଚାରୀଙ୍କକୁ କମ୍ପାନୀ ଛଟେଇ କରିବ। କମ୍ପାନୀ ବ୍ୟବସାୟିକ ଘାଟା ସହୁଥିବାରୁ ଖର୍ଚ୍ଚ କାଟ ପାଇଁ ଏଭଳି ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ବିଶ୍ୱବ୍ୟାପି ଥିବା କମ୍ପାନୀର ବିଭିନ୍ନ ଶାଖାରେ ୧୦,୦୦୦ କର୍ମଚାରୀଙ୍କୁ ବିଦା କରିବ କମ୍ପାନୀ। ବୁଧବାରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ସାମଗ୍ରିକ ଅର୍ଥନୈତିକ କୁପ୍ରଭାବ ଯୋଗୁଁ କର୍ମଚାରୀ ଛଟେଇ କରିବାକୁ ନିଶ୍ଚିତ କରିଛି।

ଆମାଜନ୍‌ ଔପଚାରିକ ଭାବେ ଜାରି କରିଥିବା ବିବୃତିରେ ‘ଡିଭାଇସେସ୍‌ ଆଣ୍ଡ୍‌ ସର୍ଭିସେସ୍‌’ର ବରିଷ୍ଠ ଉପାଧ୍ୟକ୍ଷ ଡେଭିଡ୍‌ ଲିମ୍ପ୍‌ ସୁନିଶ୍ଚିତ କରିଛନ୍ତି ଯେ, ଛଟେଇ ହେବାକୁ ଥିବା କର୍ମଚାରୀମାନଙ୍କୁ କମ୍ପାନୀନୋଟିସ ପଠାଇ ସାରିଛି। ‘ଆମାଜନ୍‌’ ଔପଚାରିକ ଭାବେ ଜାରି କରିଥିବା ବିବୃତିରେ ‘ଡିଭାଇସେସ୍‌ ଆଣ୍ଡ୍‌ ସର୍ଭିସେସ୍‌’ର ବରିଷ୍ଠ ଉପାଧ୍ୟକ୍ଷ ଡେଭିଡ୍‌ ଲିମ୍ପ୍‌ ସୁନିଶ୍ଚିତ କରିଛନ୍ତି ଯେ, ଛଟେଇ ହେବାକୁ ଥିବା କର୍ମଚାରୀମାନଙ୍କୁ କମ୍ପାନି ନୋଟିସ ପଠାଇ ସାରିଛି।
ଏହି ଛଟେଇ ଆମାଜନର ବିଶ୍ୱବ୍ୟାପି ୱାର୍କ ଫୋର୍ସ ଉପରେ ପ୍ରଭାବ ପକାଇବ। ଯଦି କର୍ମଚାରୀମାନେ ଏକ ନୂଆ ଚାକିରି ଖୋଜିବାରା ବିଫଳ ହୁଅନ୍ତି ତେବେ ଆମାଜନ ଏକ ପ୍ୟାକେଜ୍ ପ୍ରଦାନ କରି ପରିବର୍ତ୍ତନକୁ ସମର୍ଥନ କରିବାକୁ ନିଶ୍ଚିତ କରିଛି।

ଆମାଜନ ବ୍ୟତୀତ ଗତ ସପ୍ତାହରେ ସୋଶାଲ ମିଡିଆ ଜାଏଣ୍ଟ ଫେସବୁକର ମେଟା ମଧ୍ୟ ବହୁ ସଂଖ୍ୟାରେ ଚାକିରି ଛଟେଇ କରିଛି । ଗତ ସପ୍ତାହରେ ଫେସବୁକ୍ ପ୍ରାୟ ୧୧,୦୦୦ କର୍ମଚାରୀଙ୍କୁ ବିଦା କରିଛି। ଯାହା କମ୍ପାନୀ ୱାର୍କ ଫୋର୍ସର ୧୩ ପ୍ରତିଶତ ହେବ।

nis-ad
Leave A Reply

Your email address will not be published.