ସବରକର ବିରୋଧୀ ମନ୍ତବ୍ୟ: ଠାକରେ କହିଲେ ଆମେ ରାହୁଲ ଗାନ୍ଧିଙ୍କ ସହ ଏକମତ ନୁହଁ

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ଭିଡି ସବରକରଙ୍କ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବୟାନ ନେଇ ବିବାଦ ତେଜିବାରେ ଲାଗିଛି।ମହାରାଷ୍ଟ୍ରରେ ଭାରତ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧିଙ୍କ ବୟାନ ନିଜ ପାର୍ଟନର ଦଳ ଶିବସେନାକୁ ଅଡ଼ୁଆ ସୃଷ୍ଟି କରିଛି। ଏ ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁହଁ ଖୋଲିଛନ୍ତି। ଉଦ୍ଧବ କହିଛନ୍ତି ଯେ, ଆମେ ସବରକରଙ୍କୁ ସମ୍ମାନ କରୁ। ରାହୁଲ ଗାନ୍ଧିଙ୍କ ମନ୍ତବ୍ୟରେ ଆମେ ଏକମତ ନୁହଁ। ଆମେ ସବରକରଙ୍କୁ ସମ୍ମାନ ଜଣାଉ। ତେବେ ଯଦି ଆପଣ ରାହୁଲ ଗାନ୍ଧିଙ୍କ କଥା କହୁଛନ୍ତି ତେବେ ଜମ୍ମୁ କଶ୍ମୀରରେ କାହିଁକି ବିଜେପି ପିଡିପି ସମହ ମିଶି ସରକାର ଚଳାଇଥିଲେ। ସେ କହିଛନ୍ତି ଯେ ଆମେ କଂଗ୍ରେସ ସହ ମେଣ୍ଟ କରିଛୁ। ଆମେ ବ୍ରିଟିସଠାରୁ ପାଇଥିବା ସ୍ୱାଧନତାକୁ ବଜାୟ ପାଇଁ କଂଗ୍ରେସ ସହ ହାତ ମିଳାଇଥଉ। କିନ୍ତୁ ଆମ ଦୁଇ ଦଳଙ୍କର ବିଚାଧାରା ଭିନ୍ନ।
ସେହିପରି ସବରକଙ୍କୁ ବିଜେପି କାହିଁକି ଭାରତ ରତ୍ନ ଦେଉ ନାହିଁ। ଯେଉଁମାନେ ଭାରତ ସ୍ୱାଧିନତାର ଆନ୍ଦୋଳନର ଆମର କଣ ଭୂମିକା ଅଛି ପ୍ରଶ୍ନ କରୁଛନ୍ତି ସେମାନେ ସବକରଙ୍କ ବିଷୟରେ ପ୍ରଶ୍ନ କାରିବାର ଆଦୌ ନୈତିକ ଅଧିକାର କାହିଁ । ଅନ୍ୟପଟେ ଗାନ୍ଧି ଦେଇଥିବା ମନ୍ତବ୍ୟ ସହ କଂଗ୍ରେସ ଏକାଠି ହୋଇଛି। ରାହୁଲ କହିଥିଲେ ଯେ, ସବରକର ହେଉଛନ୍ତି ବିଜେପି ଏବଂ ଆରଏସଏସର ପ୍ରତୀକ।

ଆଣ୍ଡାମାନରେ ସେ ୨-୩ ବର୍ଷ ଧରି ଜେଲରେ ଥିଲେ। ଜେଲରେ ଥାଇ ସେ କ୍ଷମାଆବେଦନ କରିଥିଲେ। ସବରକର ମଧ୍ୟ ନିଜ ଉପରେ ଏକ ଆତ୍ମଜୀବନୀ ଲେଖିଛନ୍ତି। ସେ କେତେ ସାହାସୀ ଥିଲେ ସେଇ ବହିରେ ସେ ଦର୍ଶାଇଛନ୍ତି। ସେ ବ୍ରିଟିସରମାନଙ୍କ ଠାରୁ ପେନସନ ନେଉଥିଲେ। ସେ ବ୍ରିଟିସରଙ୍କ ପାଇଁ କାମ କରୁଥିଲେ ଏବଂ କଂଗ୍ରେସ ବିରୋଧରେ କାମ କରୁଥିଲେ।

nis-ad
Leave A Reply

Your email address will not be published.