ଧାନ ଗଦାରେ ନିଆଁ ଲାଗି ବିପୁଳ ପରିମାଣରେ ଧାନ ନଷ୍ଟ…

ଚିତ୍ରକୋଣ୍ଡା: ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲକ୍ୟାମ୍ପ ପଞ୍ଚାୟତ ପରିଜାଗୁଡା ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା l ମିଳିଥିବା ସୂଚନା ଅନୁଯାୟୀ ସେହି ଗ୍ରାମର କିଛି ପିଲା ଗ୍ରାମ ନିକଟସ୍ଥ ନାଳରୁ ମାଛ ମାରି ଆଣି ଧାନ ଖଳା ନିକଟରେ ଭୋଜି କରୁଥିଲେ ହଠାତ ନିଆଁ ଝୁଲ ପଡ଼ି ଗୋଟିଏ ଧାନ ଗଦାରେ ନିଆଁ ଲାଗିଥିଲା । ପିଲା ମାନେ ଭୟଭୀତ ହୋଇ ନିଆଁକୁ ଆୟତ୍ତ କରି ନପାରି ଗାଁ ଲୋକଙ୍କୁ ଡାକ ପକାଇ ଥିଲେ । ନିଆଁ ଗୋଟିଏ ପରେ ଗୋଟିଏ ଗଦା ଲେଖାଏଁ ସାତ ଗଦାରେ ଲାଗି ଯାଇଥିଲା ଗାଁ ଲୋକ ସଙ୍ଗେ ସଙ୍ଗେ ଏକତ୍ରିତ ହୋଇ ପାଣି ପକାଇ ନିଆଁ କୁ ଆୟତ୍ତ କରିଥିଲେ l ଚାଷୀ ଙ୍କର ବହୁ ପରିମାଣରେ ଧାନଖଳାରେ ହିଁ ଧାନ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳୁଛି l

nis-ad
Leave A Reply

Your email address will not be published.