ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଠିକାଦାର ସଂଘର ଧାରଣା

ନୀଳଗିରି, ୧୬/୧୧: ବାଲେଶ୍ଵର ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବ୍ୟବହାର ପ୍ରତିବାଦରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଠିକାଦାର ସଙ୍ଘର ଧାରଣା ଚାଲୁ ରହିଛି । ଜରୁରୀକାଳୀନ ପରିସ୍ଥିତିରେ ବହୁ କାର୍ଯ୍ୟ ସ୍ଥାନୀୟ ଯନ୍ତ୍ରୀ ଠିକାଦାରଙ୍କୁ କାମ କରାଇ କାର୍ଯ୍ୟର କାଗଜପତ୍ର ବର୍ଷ ବର୍ଷ କରାଯାଉ ନଥିବାରୁ ଠିକାଦାର ବିଲ ପାଉନାହାନ୍ତି । ବାରବାର ପୂର୍ତ୍ତବିଭାଗର ଏସଡ଼ିଓଙ୍କ ପାଖରେ ଅଭିଯୋଗ କରିବା ପରେ ଫଳ ଶୂନ ହେଉଥିବାରୁ ତାଙ୍କୁ ଘେରାଉ କରିଥିଲେ ଠିକାଦାର ।

ପରେ ଉପଜିଲ୍ଲାପାଳ ଘଟଣା ବିଷୟରେ ବୁଝିବେ ବୋଲି କହିଥିଲେ । ଗତକାଲି ପୂର୍ତ୍ତ ବିଭାଗର ବାଲେଶ୍ଵର ଡିଭିଜନ-୧ର ଏସଇ ରାମଚନ୍ଦ୍ର ସେଠି ଆସିବା ପରେ ଠିକାଦାର ଘଟଣା ବିଷୟରେ ଆଲୋଚନା କରିବା ପରେ ପାଲଟା ଅଧିକାରୀ ଜଣକ ନାଲି ଆଖି ଉଠାଇ ଧମକ ଚମକ ଦେଇଥିଲେ । ଏସଇଙ୍କ ଦୁର୍ବ୍ୟବହାରର ପ୍ରତିବାଦ ଓ ବିଲ ପୈଠ ଦାବିରେ ନୀଳଗିରି ଠିକାଦାର ସଙ୍ଘ ସଭାପତି ପ୍ରଫୁଲ୍ଲ ପରିଡାଙ୍କ ନେତୃତ୍ୱରେ ନୀଳଗିରି ଉପଖଣ୍ଡ ପୂର୍ତ୍ତ ବିଭାଗର ଅଫିସ ଫାଟକ ଆଗରେ ଧାରଣା ଦେଇଥିଲେ । ଫଳରେ ଆଜି ଅଫିସ କାମ ଚାଲୁ ହୋଇପାରିନଥିବା ଦେଖିବାକୁ ମିଳିଛି ।

ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ପହଞ୍ଚି ସମସ୍ତ ଘଟଣା ବିଷୟରେ ଆଲୋଚନା କରିଥିଲେ । ହେଲେ ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରି ପାରିନାହିଁ । ଯେ ପର୍ଯ୍ୟନ୍ତ ସମାଧାନ ନବାହାରିଛି ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଠିକାଦର ସଙ୍ଘ ଚେତାବନୀ ଦେଇଛି। ଏହି ଧାରଣାରେ ଠିକାଦାର ସଙ୍ଘର ସଭାପତି ପ୍ରଫୁଲ୍ଲ ପରିଡାଙ୍କ ନେତୃତ୍ୱରେ ଠିକାଦର ସାମିଲ ହୋଇଥିବା ବେଳେ ଆଜି ଜିଲ୍ଲା ଠିକାଦର ସଙ୍ଘ ସମର୍ଥନ କରି ଧାରଣା ଦେଇଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.