ସିବିଆଇ ପରେ ଟିଏମସି ନେତା ଅନୁବ୍ରତଙ୍କୁ ବାନ୍ଧିଲା ଇଡି

କୋଲକାତା: ଗୋରୁ ଚୋରାଚାଲାଣ ଘଟଣାରେ ପଚରାଉଚରା କରିବା ପାଇଁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି। ପୂର୍ବରୁ ସିବିଆଇ ତାଙ୍କୁ ସମ୍ମାନ ଘଟଣାରେ ପଶ୍ଚିମବଙ୍ଗର ବୀରଭୂମିରୁ ଗିରଫ କରିଥିଲା। ଅନୁବ୍ରତ ହେଉଛନ୍ତି ବୀରଭୂମି ଟିଏମସିର ସଭାପତି।

ସିବିଆଇ ତାଙ୍କୁ ପୂର୍ବରୁ ସମାନ ଗୋରୁ ଚୋରା ଚାଲାଣ ଘଟଣାରେ ଗିରଫ କରିଥିଲା। ଏବେ ସେ ବିଚାରବିଭାଗୀୟ ହାଜତରେ ଅଛନ୍ତି। ଗୁରୁବାର ଇଡି ମଣ୍ଡଳଙ୍କୁ ଆସନସୋଲ ଜେଲ ଭିତରେ ଜେରା କରିବାକୁ ଚାହୁଁଥିବା ନୋଟିସ କରିଥିଲା। ଅନୁମତି ମିଳିବା ପରେ ତାଙ୍କୁ କିଛି ସମୟ ପାଇଁ ଜେରା କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଗୋରୁ ଚୋରା ଚାଲାଣ ମାମଲାରେ ତାଙ୍କୁ ଅଧିକ ଜେରା କରାଯିବ। ଏଥିପାଇଁ ମଣ୍ଡଳଙ୍କୁ ଇଡି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ଶୁକ୍ରବାର ହାଜର କରି ରିମାଣ୍ଡରେ ନେବ।
୨୦୨୦ ମସିହାରେ ସିବିଆଇ ଗୋରୁ ଚୋରା ଚାଲାଣ ମାମଲାରେ ଏଫଆଇଆର ରୁଜୁ କରିଥିଲା। ଏହି ସମୟରେ ଅନୁବ୍ରତ ମଣ୍ଡଳଙ୍କ ନାଁ ସାମ୍ନାକୁ ଆସିଥିଲା। ସିବିଆଇର କହିବା କଥା, ୨୦୧୫ରୁ ୨୦୧୭ ମଧ୍ୟରେ ୨୦, ୦୦୦ ଗୋରୁଙ୍କୁ ସୀମା ପାର କରାଯିବା ବେଳେ ବିଏସ୍‌ଏଫ ଯବାନମାନେ ଧରିଥିଲେ।

ଏହା ପଛରେ ବିରାଟ ରାକେଟ କାମ କରୁଛନ୍ତି। ସେମାନଙ୍କ ସହ ମଣ୍ଡଳଙ୍କ ସଂପୃକ୍ତ ଥିବା ସିବିଆଇ କହିଛି। ସିବିଆଇ ଘଟଣାର ତଦନ୍ତ କରି ମଣ୍ଡଳଙ୍କୁ ଗିରଫ କରିଥିଲା। ତଦନ୍ତ ଜାରି ରହିଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ମଣ୍ଡଳଙ୍କୁ ପୁଣି ଗିରଫ କରିଛି।

nis-ad
Leave A Reply

Your email address will not be published.