ଆମାକୁଣ୍ତର ପୁନଃରୁଦ୍ଧାର କରିବା ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ

ମାଲକାନଗିରି, ୧୭।୧୧ : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୁହାଯାଏ ମାଲକାନଗିରି ଜିଲ୍ଲାକୁ । ଏହି ଗନ୍ତାଘରର ଅନ୍ୟତମ ସୃଷ୍ଟି ହେଉଛି ଖଇରପୁଟ ବ୍ଲକରେ ଅବସ୍ଥିତ ଆମାକୁଣ୍ଡ । ଯାହାକି ପୁରାଣ ବର୍ଣ୍ଣିତ ରାମାୟଣରେ ମଧ୍ୟ ଉଲ୍ଲେଖ ରହିଛି । କିନ୍ତୁ ଆଜି ଏହା ଅପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଆମାକୁଣ୍ଡକୁ ପୁନଃଉଦ୍ଧାର କରିବା ପାଇଁ ଆଗେଇ ଆସିଛନ୍ତି ଖଇରପୁଟ ଅଞ୍ଚଳର କିଛି ଯୁବ ଗୋଷ୍ଟି । ଏକଦା ପର୍ଜ୍ୟଟକଙ୍କ ଭିଡ ପଲିଟିଥିବା ଏହି ସ୍ଥାନ ବର୍ତ୍ତମାନ ଅବହେଳିତ ହୋଇ ପଡି ରହିଥିବା ବେଳେ ଅଞ୍ଚଳର ଯୁବକ ମାନେ ପ୍ରତେକ ରବିବାର ଦିନ ଏଠାରେ ଆସି ଏହାର ଉଦ୍ଧାର କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଏଠାରେ ଆସି ଅବହେଳିତ ହୋଇ ପଡିରହିଥିବା କୁଣ୍ଡକୁ କିଛି ସଫା ସୁତାର କରିବା ସହ ପଡ଼ି ରହିଥିବା ଶୁଖିଲା ଗଛ ଗୁଡ଼ିକ କାଟି କିଛି ସଜାଡ଼ିବାରେ ଲାଗିଛନ୍ତି ଏହି ଯୁବକ ମାନେ । ରାମାୟଣ ବର୍ଣ୍ଣିତ ଏହି ସ୍ଥାନକୁ ଏକଦା ପ୍ରଭୁ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ର ବନବାସ ସମୟରେ ଆସିଥିଲେ । ପୁରାଣ ଅନୁଯାୟୀ ଦଣ୍ଡକାରଣ୍ୟରେ ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ମାତା ସୀତା ପ୍ରଭୁଙ୍କ ସହ ଏହି କୁଣ୍ଡରେ କିଛି ସମୟ ଅତିବାହିତ କରିଥିଲେ । ଏବଂ ଅତିବାହିତ କରୁଥିବା ସମୟରେ ଏହି କୁଣ୍ଡର ମାଛ ମାନଙ୍କୁ ମାତା ସୀତା କିଛି ଖାଇବାକୁ ଦେଇଥିଲେ । ସେବେଠାରୁ ଏହି କୁଣ୍ଡର ମାଛ ମାନଙ୍କୁ କିଏ ଖାଆନ୍ତି ନାହିଁ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ସେହି ମାନ୍ୟତା ଅନୁଯାୟୀ ବର୍ତ୍ତମାନ ମଧ୍ୟ ଏଠାରେ କେହି ମାଛ ଧରନ୍ତି ନାହି । ଆମାକୁଣ୍ଡର ଅର୍ଥ ହେଉଛି ତେଲୁଗୁରେ ଆମା ମାନେ ମାଆ ତେଣୁ ମାଆଙ୍କ କୁଣ୍ଡ ବୋଲି ଏହାକୁ କୁହାଯାଉଛି । ମାତା ସିତାଙ୍କ ଗସ୍ତ ପରଠାରୁ ଏହି କୁଣ୍ଡର ନାମ ଆମା କୁଣ୍ଡ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ଆଜି ସେହି ଆମାକୁଣ୍ଡ କେବଳ ଆମାକୁଣ୍ତ ହୋଇ ରହି ନାହିଁ ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ପାଇଛି । କିନ୍ତୁ ଏହି ପର୍ଯ୍ୟଟନ ସ୍ଥଳୀକୁ ପୁନଃରୁଦ୍ଧାର କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲେ ସୁଦ୍ଧା ଏହାର ଉନ୍ନତ୍ତିକରଣ ହୋଇ ପାରୁନି । ତେଣୁ ଅଞ୍ଚଳର ଯୁବକ ପିଢୀ ଏହାର ଉନ୍ନତି ପାଇଁ ପ୍ରୟାସ ଆରମ୍ଭ କରିଥିବା ବେଳେ ଏହା ଧୀରେ ଧୀରେ ନିଜର ପୂର୍ବ ରୂପ ପାଇବାରେ ଲାଗିଛି ।

nis-ad
Leave A Reply

Your email address will not be published.