ଗିରିଧାରୀ ମଠରୁ ଚୋରି, ନେଇଗଲେ ଅନେକ ଦୁର୍ଲଭ ମୂର୍ତ୍ତି

ସାଲେପୁର ୧୭।୧୧ : କଟକ ଜିଲ୍ଲା କିଶନନଗର ଥାନା ଗିରିଧାରୀ ମଠରୁ ଚୋରି । ରାତିରେ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରି କରିନେଲେ ଲୁଟେରା । ଗିରିଧାରୀ ମଠ ପରିଚାଳନା କମିଟି ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି ।  

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଠାକରଙ୍କ ନୀତିକାନ୍ତି ସାରି ରାତିରେ ମଠର ମଠାଧିସ ତାଲା ପକାଇ ଶୋଇଥିଲେ । ଏହି ସମୟରେ ଦୁର୍ବୃତ୍ତ ମଠର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଗିରିଧାରୀ ଜିୟୁଙ୍କ ପ୍ରତିମା ସହ ସମସ୍ତ ପାର୍ଶ୍ୱ ଦେବତା ମୂର୍ତ୍ତିକୁ ଚୋରି କରିନେଇଛନ୍ତି ।

ଗୁରୁବାର ସକାଳ ସମୟରେ ପୂଜା କରିବା ପାଇଁ ମଠାଧିସ ବାବା ଯିବା ବେଳେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏଥିରେ ଅନେକ ଦୁର୍ଲଭ ମୂର୍ତ୍ତି ରହିଛି । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଶେଷରେ ମନ୍ଦିର ପରିଚାଳନା କମିଟି ସଭାପତି ରାକେଶ ମହାନ୍ତି ଓ ସଂପାଦକ ନିତ୍ୟାନନ୍ଦ ମହାନ୍ତି ଲୁଟ୍‌ ନେଇ କିଶନନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.