ଭୋକ ଉପାସରେ ସ୍କୁଲ ଛାତ୍ର, ମାତାଲ ହେଇ ବୁଲୁଛି ରୋଷେୟା…!

ନବରଙ୍ଗପୁର : ସ୍କୁଲ କର୍ତ୍ତୃପକ୍ଷ ଙ୍କ ଦାଇତ୍ୱ ହୀନତା ଯୋଗୁ ଆଜି ଭୋକ ରେ ରହିଲେ ସ୍କୁଲ ହଷ୍ଟେଲ ରେ ରହୁଥିବା ୭୨ ଜଣ ଅନ୍ତେବାସୀ l ଘଟଣା ହେଉଛି କିଛି ଏମିତି ପ୍ରଥମାଷ୍ଟମୀ ଉପଲକ୍ଷେ ସରକାରୀ ଛୁଟି ରହିଥିବା ବେଳେ ନବରଙ୍ଗପୁର ସଦର ବ୍ଲକ ବଡ଼ ମସିଗାଁ ପଂଚାୟତ ଅନ୍ତର୍ଗତ ଭଟିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ରୋଷେୟା ଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ଦିନ ତମାମ ଭୋକଉପାସ ରେ ଅଛନ୍ତି କୋମଳ ମତି ଶିଶୁ ମାନେ l ହଷ୍ଟେଲ ସୁପରୀଟେଣ୍ଡେଣ୍ଟ ନିଜେ ସକାଳେ ପିଲାଙ୍କୁ ଚୁଡା ଖାଇବାକୁ ଦେଇ ମଧ୍ୟାନ୍ହ ଭୋଜନ ପ୍ରସ୍ତୁତ କରିବା ପାଇଁ ସମସ୍ତ ଜିନିଷ ରାସନ ସାମଗ୍ରୀ ଯୋଗାଡ଼ କରି ଦୁଇ ରୋଷେୟା ଙ୍କୁ ହସ୍ତାନ୍ତର କରି ଯାଇଥିଲେ l ହେଲେ ରୋଷେଇ ନ କରି ମଦ୍ୟପାନ କରି ମାତାଲ୍ ଅବସ୍ଥାରେ ରାସ୍ତା ରେ ବୁଲୁଥିଲେ ଦୁଇ ରୋଷେୟା l ପିଲା ଖାଇବାକୁ ନ ପାଇ ଭୋକ ହେବାରୁ ଗାଁ ର କିଛି ଭଦ୍ର ବ୍ୟକ୍ତି ଙ୍କୁ ଜଣାଇବା ପରେ ଗାଁ ଲୋକେ ଯାଇ ଦେଖିଲେ ଯେ ରୋଷେଇଆ ମଦ ପିଇ ବୁଲୁଛନ୍ତି l ସଙ୍ଗେ ସଙ୍ଗେ ପ୍ରଧାନ ଶିକ୍ଷକ ଙ୍କୁ ଯୋଗାଯୋଗ କରିବା ପରେ ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ସୁପରି ଟେଣ୍ଡେଣ୍ଟ ମିଶି ସ୍କୁଲ କୁ ପହଂଚି ଦେଖିଲା ବେଳେ ପିଲାଙ୍କ ମୁହ ସୁଖୀ କଳା ପଡିଯାଇଛି ଏବଂ କାହାର ପେଟ କୁ ଦାନା ଯାଇ ନାହିଁ l ତୁରନ୍ତ ତରବରିଆ ଭାବେ ଆରମ୍ଭ ହେଲା ରୋଷେଇ ସନ୍ଧ୍ୟା ସାଢ଼େ 5 ରେ ପିଲା ଙ୍କୁ ଦିଆହେଲା ମଧ୍ୟାହ୍ନ ଭୋଜନ ଏପଟେ ରୋଷେଇଆ ଅଭିଯୋଗ କରୁଛନ୍ତି ଯେ ଚୁଲି ଜଳୁ ନଥିଲା ,ତ ପ୍ରଶ୍ନ ଉଠୁଛି ସ୍କୁଲ ରେ ତ କାଠ ଏବଂ ସବୁଠାରୁ ସୁବିଧା ଗ୍ୟାସ ବ୍ୟବସ୍ତା ମଧ୍ୟ ଥିଲା ଏତେ ବଡ଼ ସ୍କୁଲ ରେ ସମସ୍ତ ବ୍ୟବସ୍ତା ଥାଇ ସୁଧା ରୋଷେୟା ଙ୍କ ଦାଇତ୍ୱ ହୀନତା ଯୋଗୁ ୫.୩୦ ମିନିଟ ପ୍ରାୟ 6 ରେ ରେ ଛାତ୍ର ମାନଙ୍କୁ କଞ୍ଚା ଦରଶିଝା ଖାଦ୍ୟ ଦିଆ ଯାଇଛି l ତେବେ ରୋଷେଇଆ ପ୍ରତିକ୍ରିୟା ଦେଉଛନ୍ତି ତସୁ ଓଦା ଥିଲା ବୋଲି ଚୁଲି ଜଳିଲା ନାହିଁ ଗ୍ୟାସ ରଖା ଯାଇଥିବା ରୁମ ର ଚାବି ସେମାନଙ୍କ ପାଖରେ ନଥିଲା l ଏଭଳି ଅବ୍ୟବସ୍ଥା ବାରମ୍ବାର ଏଠାରେ ହେଉଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ତଥାପି ଛାତ୍ର ଙ୍କ ପ୍ରତି ହେଉଥିବା ଅବ୍ୟବସ୍ଥା ପ୍ରତି କେହି ଗୁରତ୍ୱ ଦେଉନାହାନ୍ତି l ଯଦି ଆଗକୁ କର୍ତ୍ତୃପକ୍ଷ ଏହାର ସ୍ଥାୟୀ ସମାଧାନ ନ କରନ୍ତି କିମ୍ବା ସେଇ ରୋଷେଇୟା ମାନଙ୍କୁ ବହିଷ୍କାର ନ କରନ୍ତି ତାହେଲେ ସ୍କୁଲ ତାଲା ପକାଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଗ୍ରାମବାସୀ।


ଦେଖିବାକୁ ବାକି ରହିଲା ଭବିଷ୍ୟତ ରେ ରୋଷେଇୟା ଦ୍ୱୟ ସୁଧୁରୁ ଛନ୍ତି ନା ଗ୍ରାମ ବାସି ସ୍କୁଲ ରେ ତାଲା ପକାଇବା ଯାଏଁ କଥା ଯାଉଛି।

nis-ad
Leave A Reply

Your email address will not be published.