ନିଃସର୍ତ୍ତ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ : ଗଣ ମାଧ୍ୟମ ଓ ଅଭିବ୍ୟକ୍ତି ର ସ୍ଵାଧୀନତା କୁ ନେଇ ଆଲୋଚନା…

ବ୍ରହ୍ମପୁର : ଗଣ ମାଧ୍ୟମ ପାଇଁ ଅଭିବ୍ୟକ୍ତିର ସ୍ଵାଧୀନତା ଅଗ୍ନି ପରୀକ୍ଷା ସଦୃଶ୍ୟ ଏବଂ ସାମ୍ପ୍ରତିକ ସମୟ ରେ ନିରପେକ୍ଷ ତଥା ନିର୍ଭୀକ ଭାବରେ ଗଣ ମାଧ୍ୟମ ନିଜ ବିଚାର ନେଇ କାର୍ଯ୍ୟ କରିବା ଆଦୋୖ ସମ୍ଭବ ନୁହେଁ ବୋଲି ନିସର୍ତ୍ତ ତରଫରୁ ଆୟୋଜିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଆଲୋଚନା ଚକ୍ର ରେ ବକ୍ତା ମାନେ ମତ ରଖି ଛନ୍ତି।
ଆଜି ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ରେ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଆୟୋଜିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଜେ ସୋନାଲ କହିଥିଲେ ଯେ ଗଣମାଧ୍ୟମ ସମାଜ କୁ ଉଚିତ୍ ରାସ୍ତା ରେ ନେବା ସାମର୍ଥ୍ୟ ରହିଛି। ଲୋକ ଙ୍କ ସମସ୍ୟା ଉପରେ ସବୁବେଳେ ସ୍ୱର ଉତ୍ତୋଳନ କରିବା ସହିତ ଠିକ୍ ଭାବେ କାର୍ଯ୍ୟ କରି ଅନେକ ସମୟରେ ସମସ୍ୟା ସମାଧାନ ହୁଏ ବୋଲି ନିଜ ବକ୍ତବ୍ୟ ରଖି କହି ଥିଲେ।


ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ କହିଛନ୍ତି ଯେ ଅଭିବ୍ୟକ୍ତି ର ସ୍ଵାଧୀନତା ଗଣ ମାଧ୍ୟମ ପାଇଁ ଯେତିକି ଗୁରୁତ୍ବ ପୂର୍ଣ୍ଣ ଜନତା ଜନାର୍ଦ୍ଦନ ମଧ୍ୟ ସମସ୍ୟା ସମାଧାନ କରିବା ପାଇଁ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଏହା ସହ ସେ କହିଥିଲେ ଯେ ସାମାଜିକ ଗଣ ମାଧ୍ୟମ ର ଅପବ୍ୟବହାର କରାଯାଉଛି ଏବଂ ଅନାବଶ୍ୟକ କଥା ଗୁଡ଼ିକ ମନ ରେ ଆହତ କରି ଥାଏ ବୋଲି କହିଥିଲେ।

ମୁଖ୍ୟ ବକ୍ତା ଭାବରେ ଯୋଗ୍ ଦେଇ କୁକୁଡ଼ା ଖଣ୍ଡି ତହସିଲଦାର
ସୁ ସାହିତ୍ୟିକା କଲ୍ୟାଣୀ ସଂଘମିତ୍ରା କହିଥିଲେ ଯେ ସମାଜ ପାଇଁ ଗଣମାଧ୍ୟମ ଦର୍ପଣ ସଦୃଶ୍ୟ। ଅଭିବ୍ୟକ୍ତି ର ସ୍ଵାଧୀନତା ରଖି କାମ କରୁଥିବା ଜଣେ ସାମ୍ବାଦିକତା ବୃତ୍ତି କୁ ଆପଣାଇ ନେଇଥିଲେ ସୁଦ୍ଧା ସେ ତାର ଜୀବିକା ସମ୍ପୂର୍ଣ ନିୟନ୍ତ୍ରଣ ରେ ରହି ଅନେକ ଆହ୍ବାନ ର ସମ୍ମୁଖୀନ ହେଉଛନ୍ତି ମିଛ କଥା ଗୁଡ଼ିକ ଅନେକ ସମୟରେ ସାମାଜିକ ଗଣ ମାଧ୍ୟମ ର ଉପାଦାନ ହୋଇ ଥାଏ କିଛି ଖଳ ପ୍ରକୃତି ଚରିତ୍ର ସମାଜ ରେ ଏକ ପ୍ରକାର ନକାରାତ୍ମକ ଭାବନା ଜାଗ୍ରତ ହେଲା ପରି ତଥ୍ୟ ରଖୁଥିବା ବେଳେ ଗଣ ମାଧ୍ୟମ ପ୍ରକୃତ ତଥ୍ୟ ଉପରେ ଅଧିକ ସଚେତନତା ସୃଷ୍ଟି କରି ସମାଜ ପାଇଁ କଲ୍ୟାଣକାରୀ କଥା ପ୍ରକାଶ କରିବା ଜରୁରୀ ବୋଲି କହି ଥିଲେ


ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜ ଗୁରୁ କହିଥିଲେ ଯେ ବର୍ତ୍ତମାନ ନିରପେକ୍ଷ ସାମ୍ବାଦିକତା ଉପcରେ ଅନେକ ପ୍ରଶ୍ନ ଉଠିବା
ସ୍ୱାଭାବିକ। ସାମ୍ବାଦିକତା ବୃତ୍ତିରେ ରହି ଜଣେ ସାମ୍ବାଦିକ ବହୁ ପରୀକ୍ଷା ସମ୍ମୁଖୀନ ହେଉଛନ୍ତି ଏବଂ ତାଙ୍କ ପାଇାମା ପାଇଁ ଦୈନିକ ଅନେକ ଆହ୍ବାନ ବୋଲି କହି ଥିଲେ

ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କହିଛନ୍ତି ଯେ ଖବର ପ୍ରକାଶନ ସମୟ ରେ ଭାବ ଭାଷା ରେ ସକାରାତ୍ମକ ବିଚାର ଯୋଡ଼ି ହେବା ଜରୁରୀ। ଅଭିବ୍ୟକ୍ତି ର ସ୍ଵାଧୀନତା ଯଦି ହଜି ଗଲେ ଗଣ ମାଧ୍ୟମ ର ସ୍ଥିତି ଦୁର୍ବଳ ହେବ ବୋଲି କହି ଥିଲେ

ଏହି ଆଲୋଚନା ଚକ୍ର ରେ ସୁଲେଖିକା ଅମିତା ମିଶ୍ର ଓ ଉତ୍କଳ ସମ୍ମିଳନୀ ଜିଲା ସଭାପତି ଡ ସୁବ୍ରତ ସାହୁ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ଥିଲେ।ଉଦଘୋଷକ କାହ୍ନୁ ଚରଣ ରାଉତ କାର୍ଯ୍ୟ କ୍ରମ ରେ ଅତିଥି ପରିଚୟ ପ୍ରଦାନକରି ଥିଲେ। ନିସର୍ତ ର ମୁଖ୍ୟ ସମ୍ପାଦକ ହେମଙ୍ଗ ପ୍ରସାଦ ରାଉଳ ଙ୍କ ସମେତ ଅତିଥି ଙ୍କୁ ସ୍ଵାଗତ କରି ଥିଲେ।ଏହି ଅବସରରେ ବ୍ରହ୍ମପୁରରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା, ସୁରଜିତ ପଣ୍ଡା,ଜ୍ଞାନେନ୍ଦ୍ର ନାରାୟଣ ରଥ, ଆଶୀର୍ବାଦ ରାଉତ, ସଚିନ ବେହେରା, ଫୋଟୋ ସାମ୍ବାଦିକ ସମୀର ରଥ, ସୁବ୍ରମଣ୍ୟ ସ୍ୱାମୀ ପ୍ରମୁଖଙ୍କୁ ନିସର୍ତ୍ତ ପରିବାର ପକ୍ଷରୁ ସମ୍ମାନିତ କରାଯାଇଥିଲା।ବ୍ରହ୍ମପୁର ବହୁ ସାମ୍ୱାଦିକ, ସ୍ବେଚ୍ଛାସେବୀ ସଙ୍ଘଠନ ସଦସ୍ୟ ମାନେ ଉକ୍ତ ଆଲୋଚନା ଚକ୍ରରେ ଭାଗ ନେଇଥିଲେ।

nis-ad
Leave A Reply

Your email address will not be published.