ଉମରକୋଟ: ଧାନ ହେଉ ବା ମକା ଓଡ଼ିଶାର ଲୋଡ ହେଇ ବାହାର ରାଜ୍ୟ ଛତିଶଗଡ ରାୟପୁରକୁ ବିକିବା ପାଇଁ ପ୍ରାୟ ସବୁ ଦିନ ଶହ ଶହ ଗାଡ଼ି ଦେଖିବାକୁ ମିଳେ କିନ୍ତୁ ସବୁ ଗାଡ଼ିରେ ଥିବା ଜିନିଷର ଓଜନ ବିଲ୍ ରହିଥାଏ । ଗତ ତା:୧୨/୧୧/୨୦୨୨ ରିଖ ରାତି ୧୦.୦୦ଘଣ୍ଟା ସମୟରେ ଉମରକୋଟ ଅଞ୍ଚଳରେଏକ ଅଭାବନୀୟ ଘଟଣା ଘଟି ଯାଇଛି ଯାହା ଅତ୍ୟନ୍ତ ଲୋମହର୍ଷୀ । ସୂଚନା ଅନୁଯାୟୀ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର କୁମଲି ପଞ୍ଚାୟତର କୁମଲି ଡି.ଏନ୍.କେ. ଗ୍ରାମର ନିତ୍ୟାନନ୍ଦ ବାୱାଲୀ ପିତା ରଞ୍ଜିତ ବାୱାଲୀଙ୍କ କହିବା କଥା ମୁତାବକ; ଘରେ କାମ କରିବା ପାଇଁ ଦିନ ମଜୁରୀ କରିବା ନିମନ୍ତେ କୁଲି ଖୋଜିବାକୁ ନିଜ ଗାଁ ପାଖ ଭାଟିପାଡ଼ା ଓ ଲାଲପାଡ଼ା ସନ୍ଧ୍ୟା ପ୍ରାୟ 6.30 ମିନିଟ ସମୟରେ ଯାଇ କୁଲି ଖୋଜୁ ଖୋଜୁ ରାତି ନଅଟା ସମୟରେ ଘରେ ଫେରିବା ସମୟରେ ସେହି କୁମଲି ଗ୍ରାମର ଧାନ ଓ ମକା ବ୍ୟବସାୟୀ ସଂଜିତ ହାଲଦାର, ତାଙ୍କ ଭାଇ ହରସିତ ହାଲଦାର ଓ ସଂଜିତ ହାଲଦାରର ପୁଅ ପ୍ରକାଶ ହାଲଦାର ତିନି ଜଣ ଭାଟିପାଡ଼ା ଗାଁ ରାସ୍ତାରେ ନିତ୍ୟାନନ୍ଦ ବାୱଳୀଙ୍କୁ ଅଟକାଇ, ସିଧା ସଳଖ ଧାନ ଗାଡ଼ି କାହିଁକି ଫୋନ କରି ଧରାଇଲୁ କହି ମାଡ଼ ମାରିବା ଆରମ୍ଭ କଲେ । ଏହାକୁ ବିରୋଧ କରି ନିତ୍ୟାନନ୍ଦ ବାୱାଲୀ କାହିଁକି ମାରୁଛ କହିବାରୁ ତାଙ୍କୁ ଜୀବନରେ ମାରି ଦେବେ ବୋଲି ସଂଜିତ, ହରସିତ ଓ ପ୍ରକାଶ ହାଲଦାର କହିଲେ । ମାଡ଼ ଖାଇବା ପରେ ମୂମୂର୍ଶୁ ଅବସ୍ଥାରେ ରାଇଘର ଥାନାରେ ପହଞ୍ଚିଥିଲେ ନିତ୍ୟାନନ୍ଦ । କିନ୍ତୁ ରାତି ଦଶଟା ହୋଇସାରିଥିବାରୁ ପରଦିନ ରିପୋର୍ଟ ଦେବା ଭାବି ନିତ୍ୟାନନ୍ଦ ଘରକୁ ଫେରୁଥିଲେ । ପ୍ରାୟ ଡେଡ଼ କିଲୋମିଟର ଆସିବା ପରେ ଚପକାଡିପକା ପାଖରେ ଥିବା କୋଟପାଡ଼ା ଗାଁ ପାଖରେ ପହଞ୍ଚିବା ପରେ ପଛ ପଟରୁ ଆରଟିକା କାର ଧକ୍କା ଦେବାରୁ ନିତ୍ୟାନନ୍ଦ ବାୱାଲୀ ପଡ଼ି ଯାଇଥିଲେ ଏବଂ କାରରୁ ତିନିଜଣ ସଂଜିତ, ହରସିତ ଓ ପ୍ରକାଶ ହାଲଦାର ବାହାରି ତୋତେ ଆଜି ଜୀବନରେ ମାରିଦେବୁ କହି ମରଣାତ୍ମକ ଆକ୍ରମଣ କରି ମାଡ଼ ମାରି ମୁଣ୍ଡ ଫଟାଇ ରକ୍ତାକ୍ତ କରିଦେଲେ । ନିତ୍ୟାନନ୍ଦ ବାୱାଲୀ ଭୟଭିତ ହୋଇ ବଞ୍ଚାଇବାକୁ କହି ପାଟି କରିବାରୁ ଆଖ ପାଖରେ ଥିବା ଘରର ଲୋକ ମାନେ ବାହାରିବାରୁ ମାଡ଼ ମାରିବା ଲୋକ ମାନେ ସେଠାରୁ ଚାଲିଗଲେ, ଲୋକଙ୍କ ସୟାୟତାରେ ନିତ୍ୟାନନ୍ଦ ହସ୍ପିଟାଲ ପହଁଞ୍ଚିଲେ l
ସେପଟେ ୧୩/୧୧/୨୦୨୨ରିଖ ସକାଳେ ନିତ୍ୟାନନ୍ଦ ବାୱାଲୀ ଏ ବିଷୟରେ ଏକ ଲିଖିତ ରିପୋର୍ଟ ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଦେଲେ, ରାଇଘର ଥାନା ଅଧିକାରୀ ମାମଲା ନମ୍ବର ୨୦୮ରେ ମକୋଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟ ପାଖେ ସଂଜିତ ହଳଦାରଙ୍କୁ ପଚାରିବାରୁ ଆମ ସମ୍ବାଦ ପ୍ରତିନିଧିଙ୍କୁ ସେ ପରି କିଛି ସନ୍ତୁଷ୍ଟ ଜନକ ଉତ୍ତର ଦେଇ ପାରି ନଥିଲେ । ସଂଜିତର କହିବା କଥା; ମୁଁ କାହାକୁ ମାରି ନାହାନ୍ତି,କି ମାକୋଦ୍ଦମା ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି ସଫା ସଫା ମନା କରି ଦେଇଛନ୍ତି ସଂଜିତ ହାଲଦାର । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଜଣେ ଲୋକଙ୍କୁ ରାତି ଦଶଟାରେ ଏଭଳି ମରଣାତ୍ମକ ଆକ୍ରମଣ ହେଲା, ଥାନାରେ ରିପୋର୍ଟ ହେଲା ଅଥଚ ସାମ୍ବାଦିକ ପଚାରିବାରୁ ସଂଜିତ ହାଲ୍ଦାର କହିଲେ ଖବର ଛପାନ୍ତୁ ନାହିଁ । ଗାଁରେ ମିଟିଂ ହେଲା ପରେ ଛାପିବେ। ତେବେ ଏପରି କହିବାର ଉଦ୍ଦେଶ୍ୟ କ’ଣ ହୋଇପାରେ ତାହା ରାଇଘର ଥାନାର ତଦନ୍ତ ପରେ ଜଣା ପଡ଼ିବ । ପ୍ରକୃତରେ ଦୋଷୀ କିଏ ତାହା ଏବେ ଦେଖିବାକୁ ବାକି ରହିଲା ।
Sign in
Sign in
Recover your password.
A password will be e-mailed to you.