ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ସୋମବାର ଶିଶୁ ଦିବସ ପାଳିତ ହୋଇଯାଇଅଛି । ପବିତ୍ର ଶିଶୁ ଦିବସ ଅବସରରେ ଶିକ୍ଷାର୍ଥୀ ମାନେ ପ୍ରାତଃହରୁ ସ୍ନାନ ସାରି ବିଦ୍ୟାଳୟରେ ପହଞ୍ଚି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରବର୍ତ୍ତୀ ସମୟରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ଶିକ୍ଷାର୍ଥୀ ମାନେ ଶିଶୁ ଦିବସର ମହତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ହିଞ୍ଜିଳିକାଟୁ ପୌରାଞ୍ଚଳର ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ, ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଙ୍କୋରଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୂଆଁଗଡ଼ ପ୍ରାଥମିକ ବିଦ୍ୟାଳୟ, ରେଗିଡ଼ି ପ୍ରାଥମିକ ବିଦ୍ୟାଳୟ, ଓଁ ଶ୍ରୀ ଇଣ୍ଟରନ୍ୟାସନାଲ ସ୍କୁଲ, ଧରିତ୍ରୀ ପବ୍ଳିକ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର, ବୁରୁପଡ଼ା ଭଗବତି ବିଦ୍ୟାପିଠ, ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠ, ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠ, ସିକିରି ଉଦୟନାଥ ବିଦ୍ୟାପିଠ, ଦୃର୍ବନ୍ଧ ପଞ୍ଚ।।ୟତ ଉଚ୍ଚ ବିଦ୍ୟାଳୟ, ସାଇ ନାରାୟଣ ପବ୍ଳିକ ସ୍କୁଲ, ଶାସନଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବେଲଗାଁ ବେଲେଶ୍ୱର ଉଚ୍ଚ ବିଦ୍ୟାଳୟ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମରେ ଅବସ୍ଥାପିତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ଶିଶୁ ଦିବସ ପାଳିତ ହୋଇଯାଇଅଛି । କେତେକ ବିଦ୍ୟାଳୟରେ ଶିଶୁ ଦିବସ ଉପଲକ୍ଷେ ବକୃତା, ଚିତ୍ରାଙ୍କନ, ନୃତ୍ୟ, ଗୀତ ସମେତ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।ସେହିପରି ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଟ୍ରଷ୍ଟର ସଭାପତି ଦେବାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ଵିଦ୍ୟାଳୟର ପ୍ରଥମ ଠାରୁ ପଚଂମ ଶ୍ରେଣୀ ର ୨୭୦୦ ଛାତ୍ର ଛାତ୍ରୀ ମାନଙ୍କୁ ଶିଶୁ ଦିବସ ଅବସରରେ ବିସ୍କୁଟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି କାଟୁ ପୌରପାଳିକା ଅଧ୍ୟକ୍ଷ ସୁଵାସ ପଲେଈ ଓ ଉପାଧ୍ୟକ୍ଷ ସୁଚିତ୍ରା ପଣ୍ଡା ଶୁଭାରମ୍ଭ କରିଛନ୍ତି। ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ

nis-ad
Leave A Reply

Your email address will not be published.