ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଏକ ପୋଖରୀରେ ବୁଡି ଜନୈକା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତା ବୃଦ୍ଧା ଜଣକ ହେଲେ ଡେଙ୍ଗାପଦର ଗ୍ରାମର ସରସ୍ବତୀ ପ୍ରଧାନ (୬୨) । ପ୍ରକାଶ ଯେ , ଆଜି ସକାଳେ ସରସ୍ବତୀ ଗାଁ ପୋଖରୀରେ ସ୍ନାନ କରୁଥିବା ବେଳେ ଅସାବଧାନତା ବଶତଃ ସେ ପାଣିରେ ବୁଡି ଯାଇଥିଲେ । ଲୋକେ ତାଙ୍କୁ ପୋଖରୀରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ ବୁଗୁଡ଼ା ଥାନାରେ କେସ୍ ନଂ୨୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.