କଟୁରୀ ଚୋଟରେ ଯୁବକ ଗୁରୁତର

ଭୁବନ ୧୪/୧୧: ରବିବାର ବିଳମ୍ବିତ ରାତିରେ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା କୈବର୍ତ୍ତ ସାହିରେ ହୋଇଛି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । କଟୁରୀ ଚୋଟରେ କୈବର୍ତ୍ତ ସାହିର ମୋହନ ବେହେରାଙ୍କ ପୁଅ ଚତୁର୍ଭୁଜ ବେହେରା ଗୁରୁତର ହୋଇଛନ୍ତି । ତାଙ୍କର ଡାହାଣ ଜଙ୍ଘ ପାଖରୁ ଗୋଡ ପର୍ଯ୍ୟନ୍ତ ଧାରୁଆ କଟୁରୀରେ ହାଣି ଟିକ୍ ଟିକ୍ କରାଯାଇଥିବା ଦେଖିବାକୁ ମିଳିଛି ।

ପାରିବାରିକ କଳହ ଯୋଗୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ତେବେ ଚତୁର୍ଭୁଜ ସଙ୍କଟାପନ୍ନ ଥିବାରୁ ପ୍ରଥମେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ନିମନ୍ତେ ଚତୁର୍ଭୁଜଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଭୁବନ ପୋଲିସ ପାଖରେ ସୁଚନା ନଥିବା ଆଲୋଡନ ସୃଷ୍ଟି କରିଛି ।

nis-ad
Leave A Reply

Your email address will not be published.