ଗୋଟିଏ ଦିନରେ ୭ଟି ବସରେ କଳା କନା ବୁଲାଇଲେ ଚୋର

କଣ୍ଟାବାଞ୍ଜି: ଗୋଟିଏ ଦିନରେ ୭ଟି ବସରେ କଳା କନା ବୁଲାଇଲେ ଚୋର । କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କଲା ପୋଲିସ । ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ବସ ଷ୍ଟାଣ୍ଡରେ ରହୁଥିବା ୭ ଟି ବସରୁ ଚୋରି ହୋଇଛି ।

ଗାଡିରୁ ଟଙ୍କା, କପଡା, ସାଇକେଲ ଟାୟାର, ଟ୍ୟୁବ,ମୋବାଇଲ ଆଦି ଚୋରି ହୋଇଥିବା ଅଭିଯୋଗ ହୋଇଛି । ବସ ଷ୍ଟାଣ୍ଡରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକା ଥରରେ ୭ଟି ବସରୁ କିପରି ଚୋରି ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବଲାଙ୍ଗିର, ଜୟପୁର, ଭବାନିପାଟଣାରୁ ଆସୁଥିବା ବସ କଂଟାବାଞ୍ଜି ବସ ଷ୍ଟାଣ୍ଡରେ ରାତରେ ରହି ପୁଣି ସକାଳୁ ବାହାରିଥାଏ । ବିଳମ୍ବିତ ରାତିରେ ବସ ରୁ ଚୋରି ହୋଇଥିବା ଖବର ପୋଲିସ କୁ ଦିଆଯାଇଛି । ବର୍ତ୍ତମାନ ସମୟରେ ବସ ସବୁ ଯାଇଛି ବସ ଆସିଲେ କାହାର କେତେ କଣ ସବୁ ଚୋରି ହୋଇଛି ତାହା ପୋଲିସକୁ ଖବର ଦିଆଯିବ ବୋଲି କହିଛନ୍ତି ଘରୋଇ ବସ ମାଲିକ ସଂଘ ସଭାପତି।

nis-ad
Leave A Reply

Your email address will not be published.