ମିଛ ମାଓବାଦୀ ଧନ ଖମାରଙ୍କ ହତ୍ୟାକୁ ନେଇ ରାସ୍ତା ରୋକ୍ ଘଟଣାରେ ୪ ଜଣଙ୍କୁ ଉଠାଇଲା ପୋଲିସ…

ହତ୍ୟାକାରୀଙ୍କୁ ଘଣ୍ଟ ଘୋଡ଼ାଇ ସୁରକ୍ଷା ଦେବାକୁ ପ୍ରାୟସ..!

ମାଲକାନଗିରି: ମାଳି ପଦର ଜଙ୍ଗଲ ଠାରେ ଗତ ଗୁରୁବାର ଦିନ ଯବାନ ମାନଙ୍କ ଗୁଳିରେ ଟଳି ପଡ଼ିଥିବା ଯୁବକ ଧନ ଖମାର ପ୍ରକୃତରେ କ’ଣ ଥିଲେ, ଗଞ୍ଜେଇ ବୋଝେଇରେ ବ୍ୟବହୃତ ହେଉଥିବା ଜଣେ ଶ୍ରମିକ ନା ଲାଲ୍ କ୍ରାନ୍ତିରେ ଦିକ୍ଷୀତ ଜଣେ କଳା ପୋଷାକ ପିନ୍ଧା ମାଓବାଦୀ କ୍ୟାଡ଼ର?। ଗତକାଲି ସମ୍ପର୍କୀୟ,ଗାଆଁ ଲୋକ,ପରିବାର ବର୍ଗଙ୍କ ସମେତ ଶରତ ଚନ୍ଦ୍ର ବୁରୁଦାଙ୍କ ଭଳି କିଛି ସାମାଜିକ କର୍ମୀ କତାମେଟା ଅଞ୍ଚଳବର୍ତ୍ତୀ ୩୨୬ନଂ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଯାମ୍ ଓ ରାସ୍ତା ରୋକ୍ କରିଥିଲେ । ଏହି ପରିପ୍ରେକ୍ଷୀରେ ଏ କଥା ଆଦୌ ପ୍ରତ୍ୟାଖ୍ୟାନ କରାଯାଇ ନ ପାରେ ଯେ ଉକ୍ତ ଘଟଣା କାରଣରୁ ସାଧାରଣ ଜନ ଜୀବନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି,କିନ୍ତୁ ଅନ୍ୟ ପାର୍ଶ୍ବରେ ଆନ୍ଦୋଳନ କରି ପ୍ରତିବାଦରେ ସାମିଲ ପ୍ରତ୍ୟେକ ନିରୀହ ଲୋକ ସେମାନଙ୍କ ଆଦିବାସୀ ଭାଇଟିର ମୃତ ଶରୀର ପାଇଁ ଅଳୀ କରି ବସିଥିଲେ, ମୃତକଙ୍କ ଭାଇ ସମେତ ପୁଅ ମାନେ ଓ ଅନ୍ୟ ପରିବାର ବର୍ଗ ଅପେକ୍ଷା କରି ବସିଥିଲେ ଯେ ଗଞ୍ଜେଇ ବୋଝେଇ କରିବାକୁ ଜୀବନ ହାରି ଥିବା ଆତ୍ମୀୟକୁ ବୋଝେଇ କରି ନିଜ ଘରକୁ ନେଇ ଯଥା ବିଧିରେ ଅନ୍ତ୍ୟେଷ୍ଟି କ୍ରିୟା କରିବେ । ବୁଦ୍ଧିଜୀବୀମାନଙ୍କ ଦ୍ଵାରା ସରକାର ଓ ପ୍ରଶାସନର ଆଦିବାସୀଙ୍କ ପ୍ରତି ରହିଥିବା ହୀନ ମାନ୍ୟତା ନୀତି କାରଣରୁ ଏଭଳି ହତ୍ୟା କରାଯାଇ ମାଓବାଦୀ ଆଖ୍ୟା ଦିଆଯାଇଥିବା କହିଛନ୍ତି । କିନ୍ତୁ ନିଜ ବିଫଳତାକୁ ପୋଲିସ୍ ଲୁଚାଇବାକୁ ଚେଷ୍ଟା ରତ ଥିବା ସନ୍ଦେହକୁ ଅଧିକ ଭାବେ ଦୃଢୀଭୂତ କରୁଥିବା ଦର୍ଶାଇ ତୀବ୍ର ସମାଲୋଚନା କରିବା ସହ ହତ୍ୟା ହୋଇଥିବା ପରିବାରଙ୍କ ଭରଣା ପୋଷଣ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗଳା ଫଟାଇ ଫଟାଇ ଚିତ୍କାର କରି କହୁଥିଲେ ସେ ବାଟ ଦେଇ ଯିବା ପାଇଁ ଚିନ୍ତା କରି ଘରୁ ବାହାରି ଆସି ରାସ୍ତାରୋକ ରେ ଫସିଥିବା ଯାତ୍ରାଭିମୁଖୀ ପ୍ରତ୍ୟେକ ଯାତ୍ରୀକୁ, ଅନେକ ଗଣମାଧ୍ୟମକୁ , ଅନେକ ମାନବାଧିକାର କର୍ମୀଙ୍କୁ , ତଥା ସର୍ବୋପରି ପ୍ରଶାସନକୁ ଓ ସରକାରକୁ । ସୂଚନା ଯୋଗ୍ୟ ଯେ,ରାସ୍ତା ରୋକ ସମୟରେ ଆମ୍ବୁଲାନ୍ସ ଭଳି କୌଣସି ଜରୁରୀ ସେବା କ୍ଷେତ୍ରରେ ଆନ୍ଦୋଳନକାରୀ କୌଣସି ହସ୍ତକ୍ଷେପ କରିନଥିଲେ । ସେଭଳି ଧାରଣା ଭିତରେ ଦୁଇ ପାଖ ଘଞ୍ଚ ଜଙ୍ଗଲ ଘେରା ଜାତୀୟ ରାଜପଥ ହିଁ ରାତ୍ରିଯାପନର ଶେଷ ବିକଳ୍ପ ବୋଲି ବାଛି ନେଲେ । କିନ୍ତୁ ପ୍ରକୃତରେ ଜିଲ୍ଲା ପ୍ରଶାସନ ଚାହୁଁ ନଥିଲେ ବୋଧ ହୁଏ ଯେ ସାଧାରଣ ଲୋକ ଏଭଳି ପ୍ରତିବାଦ କରନ୍ତୁ ବୋଲି ।
ପରିଶେଷରେ ଜିଲ୍ଲା ପୋଲିସ୍ ପ୍ରଶାସନ କିଛି ପୋଲିସ୍ ପ୍ଲାଟୁନ୍ କୁ ନେଇ ଆଜି ବଡ଼ି ଭୋର୍ ଅର୍ଥାତ୍ ୩.୩୦AM ରୁ ୪.୦୦ AM ମଧ୍ୟରେ ପ୍ରାୟ ୨୦ରୁ ଅଧିକ ସମସ୍ତ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲେ ।ମିଳିଥିବା ତଥ୍ୟ ମୁତାବକ ସେମାନଙ୍କ ମଧ୍ୟରୁ ସାମାଜିକ କର୍ମୀ ଶରତ ଚନ୍ଦ୍ର ବୁରୁଦାଙ୍କ ସମେତ ସନ୍ତୋଷ କାଲାଗୁରା,ବନମାଳୀ କାଲାଗୁରା ଓ ଧନ ଧରମା ନାମକ ତିନି ଜଣ ଗ୍ରାମବାସୀଙ୍କୁ ଗିରଫଦାରୀ ପରେ କୋର୍ଟ ଚାଲାଣ କରାଯାଉଥିବା ବିଶେଷ ସୂତ୍ରରୁ ଜଣାପଡିଛି। ତେବେ ଏନେଇ ପୋଲିସ୍ ପକ୍ଷରୁ କୌଣସି ସୂଚନା ମିଳି ପାରିନଥିବା ବେଳେ ଆନ୍ଦୋଳନକୁ ପଦାଘାତ ଜରିଆରେ ହତ୍ୟାକାରୀଙ୍କୁ ଘଣ୍ଟ ଘୋଡ଼ାଇ ସୁରକ୍ଷା ଦେବା ଘଟଣା ସାଧାରଣରେ ଏକ ଆକ୍ରୋଶ ଜନକ ବିଷୟ ପାଲଟିଛି ଓ ପ୍ରଶାସନ ଏବଂ ସରକାରଙ୍କ ବିରୋଧରେ ଦାନା ବାନ୍ଧୁଥିବା ଏହି ପୁଞ୍ଜିଭୂତ ଜନ ଅସନ୍ତୋଷ ଆଗାମୀ ଦିନରେ କେଉଁ ଦିଗକୁ ଯିବ ତାହା ଦେଖିବାକୁ ବାକି ରହିଲା ।

nis-ad
Leave A Reply

Your email address will not be published.