ନୀଳଗିରି ଡାକ୍ତରଖାନାରେ ବ୍ଲଡ଼ ପ୍ରେସର ଓ ଅକ୍ସିଜେନ ମାପୁଛନ୍ତି ସୁରକ୍ଷାକର୍ମୀ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲକୁ ନେଇ ବିବାଦ ଥମୁନି।ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ବାରମ୍ବାର ଅଭିଯୋଗ ପରେ ବି ସ୍ଥିତି ସୁଧାରିବା ନା ଗନ୍ଧ ନାହିଁ। ପୂର୍ବରୁ ସୁରକ୍ଷାକର୍ମୀ ନିଜ କାମ କରିବା ପରିବର୍ତ୍ତେ ଶ୍ରମିକ ଭାବେ ରଙ୍ଗ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ପୁଣି ସେହି ସୁରକ୍ଷାକର୍ମୀ ରୋଗୀଙ୍କର ବ୍ଲଡ଼ପ୍ରେସର ଓ ଅକ୍ସିଜେନ ମାପୁଥିବାର ବିକଟାଳ ଚିତ୍ର ପଦାକୁ ଆସିଛି।

ସୂଚନାଯୋଗ୍ୟ, ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଏବେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି।ଡାକ୍ତର ଓ କର୍ମଚାରୀ ଅଭାବ ସାଙ୍ଗକୁ ସ୍ୱାସ୍ଥ୍ୟସେବା ପାଇଁ ଥିବା ସରଞ୍ଜାମ କଳଙ୍କି ଲାଗିଲାଣି।କୌଣସି ଡାକ୍ତର ସରକାରୀ ବାସଗୃହରେ ରହୁନଥିବା ବେଳେ ଏସଡିଏମଓ ପଦ ଖାଲି ରହୁଛି।ହସ୍ପିଟାଲ ତଦାରଖ ଗୁରୁଦାୟିତ୍ୱରେ ଥିବା ପ୍ରୋଗ୍ରାମ ମ୍ୟାନେଜର ମଧ୍ୟ ହେଡ କ୍ଵାର୍ଟରରେ  ରହୁନାହାନ୍ତି।ରୋଗୀମାନଙ୍କ ସୁବ୍ୟବସ୍ଥା ପାଇଁ ଲାଗିଥିବା ଏସିର ହିସାବ ମଧ୍ୟ ନାହିଁ।

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ଆଣିବା ପାଇଁ ଧାରଣା ଦିଆଯିବା ପରେ କିଛି ସୁଧାର ଆସିଲା ସତ ଏହା ମଧ୍ୟ କିଛିଦିନ ପାଇଁ ଲୋକ ଦେଖାଣିଆ ଭଳି ଥିଲା।ନୂତନ ଓପିଡ଼ି ବିଲ୍ଡିଂ ଓ ନୂତନ ୱାର୍ଡ ଖୋଳିବା ପାଇଁ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ଆଉ ଏକ ବିକଟାଳ ଚିତ୍ର ଗୋଟିଏ ପରେ ଗୋଟିଏ ପଦାକୁ ଆସିଛି।ରୋଗୀଙ୍କ ଶଯ୍ୟାକୁ ଶ୍ରମିକଙ୍କ ଦ୍ୱାରା ରଙ୍ଗ ଦିଆଯିବା ପରିବର୍ତ୍ତେ ହସ୍ପିଟାଲ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ଏହାକୁ ମାରୁଥିବା ଦେଖିବାକୁ ମିଳିଛି।ସୁରକ୍ଷା କାମରେ ନିୟୋଜିତ ହେବା ପରିବର୍ତ୍ତେ ସୁରକ୍ଷାକର୍ମୀ ଏବଂ ରୋଗୀଙ୍କୁ ନେଇ ପୁଣି ଆଉ ଏକ ନୂଆ ଚିତ୍ରପଦାକୁ ଆସିଛି।

ଜଣେ ସୁରକ୍ଷାକର୍ମୀ ବିପି ମାପୁଥିବା ବେଳେ ଆଉ ଜଣେ ଅକ୍ସିଜେନ ମାପୁଥିବାର ଦେଖାଯାଇଛି। ତେବେ ଅନେକ କର୍ମଚାରୀ ଏଭଳି କାମ କରୁଥିବାର ନଜରକୁ ଆସିଛି।ଅନଭିଜ୍ଞ ଓ ବାହାର ଲୋକଙ୍କୁ ହସ୍ପିଟାଲରେ କାର୍ଯ୍ୟ କରିବାକୁ କିଏ ଅନୁମତି ଦେଲା ତାହା ଏବେ ପ୍ରଶ୍ନ ଉଠିଛି। ଯଦି ଇଞ୍ଜେକ୍ସନ କିମ୍ବା ସ୍ୱାସ୍ଥ୍ୟ ସେବାରେ କୌଣସି ଅଘଟଣ ଘଟେ ତାହେଲେ କିଏ ଦାୟୀ ରହିବ ବୋଲି ଅଭିଯୋଗ ଉଠିଛି।ଘଟଣାକୁ ନେଇ ଏସଡ଼ିଏମଓଙ୍କୁ ଯୋଗାଯୋଗ କରିବାରୁ ମୋବାଇଲ ସୁଇଚ ଅପ ରହିଥିଲା।ତେବେ ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେବାକୁ ସାଧାରଣରେ ଦାବି ହୋଇଛି।

nis-ad
Leave A Reply

Your email address will not be published.