ରାଷ୍ଟ୍ରପତିଙ୍କ ପ୍ରତି ଅଶ୍ଳୀଳ, ଅଭଦ୍ର ଓ ଆଇନ ବିରୋଧ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗର ମନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବୀ

ବ୍ରହ୍ମପୁର : ମହାମହିମ ରାଷ୍ଟ୍ରପତି ତଥା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶ୍ଳୀଳ, ଅଭଦ୍ର ଓ ଆଇନ ବିରୋଧ ମନ୍ତବ୍ୟ ଦେଇଥବା ପଶ୍ଚିମବଙ୍ଗର ମନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବଡ଼ବଜାର ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ବିଜେପି କର୍ମୀ ଓ କର୍ମକର୍ତ୍ତା ଯୋଗ ଦେଇ ଏହାକୁ ତୀବ୍ର ବିରୋଧ କରିବା ସହିତ ଏଭଳି ଘୋର ନିନ୍ଦା କରିଥିଲେ। ରାଷ୍ଟ୍ରପତି ଦେଶର ସର୍ବଚ୍ଚ ନାଗରିକ ହୋଇଥିବା ବେଳେ ତାଙ୍କ ପ୍ରତି ଏଭଳି ମନ୍ତବ୍ୟ ପ୍ରଦାନ କରିବା ଦୁର୍ଭାଗ୍ୟ ଜନକ ବୋଲି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି । ପଶ୍ଚିମବଙ୍ଗର ନନ୍ଦୀ ଗ୍ରାମ ଠାରେ ଆୟୋଜିତ ଏକ ଜନ ସଭାରେ ପଶ୍ଚିମବଙ୍ଗ ମମତା ସରକାରଙ୍କ ଜେଲ୍ ବିଭାଗ ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତିଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟ ଜନକ । ସେ ଗରୀବ ଆଦିବାସୀ ମହିଳା ହୋଇଥିବା ବେଳେ ସଂଘର୍ଷମୟ ଜୀବନ ଯାତ୍ରାରେ ସବୁ ବାଧାବିଘ୍ନକୁ ସାମ୍ନା କରି ଆଜି ଦେଶର ମୁଖ୍ୟ ହୋଇପାରିଛନ୍ତି । ସେ ଜଣେ ଓଡ଼ିଆ ଆଦିବାସୀ ମହିଳା । ତାଙ୍କ ସୌନ୍ଦର୍ଯ୍ୟତାକୁ ନେଇ ଏଭଳି ମନ୍ତବ୍ୟ କରିବା ପ୍ରତ୍ୟକ ଓଡ଼ିଆଙ୍କ ପ୍ରତି ଅପମାନ ବୋଲି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି । ଓଡ଼ିଶ।।ର ସ୍ୱାଭିମାନ ଏବଂ ଭାବବେଗ ଓ ସମ୍ମାନବୋଧକୁ କୁଳସିତ କରିବା ପାଇଁ ଏହା ଷଡ଼ଯନ୍ତ୍ର । ଏଣୁ ଟିଏମ୍‌ସିର ନେତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛି ମହିଳା ମୋର୍ଚ୍ଚା ରତ୍ନଗର୍ଭା ସରସ୍ପତୀ ଦେବୀ ଙ୍କ ନେତୃତ୍ୱରେ ଆଜି ଆଜିର ଏହି କାର୍ଯ୍ୟକ୍ରମ ରତ୍ନଗର୍ଭା ସରସ୍ୱତୀ ଦେବୀଙ୍କ ନେତୢତ୍ୱରେ କର୍ପୋରେଟର ସବିତା ସାହୁ,ରଞ୍ଜିତା ବେହେରା,ବନିତା ସାହୁ, ପ୍ରଦୀପ ଶତପଥି,ନୀଳକଣ୍ଠ ସାହୁ,ବର୍ଷା ବିଦ୍ୟୁସ୍ମିତା, ଗୀତା ସେଠୀ, ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ପ୍ରଭାତ କିରଣ ଷଡ଼ଙ୍ଗୀ,ସୁନିଲ କୁମାର ସାହୁ,ମଣ୍ଡଳ ସଭାପତି ବିନାୟକ ରଥ,ସରୋଜ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶିବ ଶଙ୍କର ଶତପଥି,କିରଣ କୁମାର ସାହୁ,କେ.ଟୁଙ୍ଗୁରୁ ପାତ୍ର,ସରୋଜ କୁମାର ଦାସ,ବାଙ୍କାନିଧି ସେଠୀ,ଚିତ୍ତରଞ୍ଜନ ସାହୁ,ମହେଶ ତ୍ରିପାଠୀ,ସୌମେନ୍ଦ୍ର ଦାଶ,ସୁମନ ଶତପଥି,ପ୍ରଫୁଲ୍ଲ ସାହୁ ପ୍ରମୁଖଙ୍କ ସମେତ ବହୁ ବିଜେପି କାର୍ଯକର୍ତ୍ତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.