ଶ୍ରୀଲଙ୍କାରେ ଚୀନ୍‌ର ମୁକାବିଲା କରିବେ ଆଦାନି

ନୂଆଦିଲ୍ଲୀ : ଭୂ-ରାଜନୈତିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥଳ ଭାବେ ବିଚାର କରାଯାଉଥିବା ଶ୍ରୀଲଙ୍କାରେ ଚୀନ୍‌ର ରହିଥିବା ଆଧିପତ୍ୟକୁ ହ୍ରାସ କରିବା ଲାଗି ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ଆଗେଇ ଆସିଛନ୍ତି। ସେଠାରେ ଏକ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଆଦାନି ନିଷ୍ପତ୍ତି ନେଇଛନ୍ତି। ଆଦାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଣେ ବଡ଼ ସମର୍ଥକ ବୋଲି ଅନେକ ସମୟରେ ଚର୍ଚ୍ଚା ହୁଏ। ତାଙ୍କ ବଳରେ ଶ୍ରୀଲଙ୍କାରେ ଚୀନ୍‌ର ଆଧିପତ୍ୟ କମାଇବା ଲାଗି ଉଦ୍ୟମ ହେଉଛି ବୋଲି କୁହାଯାଉଛି। ଶ୍ରୀଲଙ୍କାର କ‌ଲମ୍ବୋ ବନ୍ଦରରେ ୱେଷ୍ଟର୍ଣ୍ଣ କଣ୍ଟେନର ଟର୍ମିନାଲ୍‌କୁ ମଧ୍ୟ ଆଦାନି ଗ୍ରୁପ୍ ବିକାଶ କରୁଛି। ଏହି ପ୍ରକଳ୍ପ ମଞ୍ଜୁର ହେବା ପରେ ଶ୍ରୀଲଙ୍କା ସରକାର ଚୀନ୍‌ର ଏକ ସୌର ପ୍ରକଳ୍ପକୁ ବାତିଲ କରିଥିଲେ। ଏହା ପରେ ଶ୍ରୀଲଙ୍କାରେ ଏକ ୫୦୦ ମେଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରିବା କାର୍ଯ୍ୟ ବରାଦକୁ ଆଦାନି ସହଜରେ ହାସଲ କରିଥିଲେ।

ଶ୍ରୀଲଙ୍କାରେ ବନ୍ଦର ଓ ଶକ୍ତି କ୍ଷେତ୍ରରେ ନିବେଶ କରିବା ଲାଗି ଆଦାନି ଗ୍ରୁପ୍ ଚୁକ୍ତି ସ୍ବାକ୍ଷର କରୁଛି। ଭାରତର ସ୍ବାର୍ଥକୁ ଜଗିବା ଲାଗି ଏହି ପ୍ରକଳ୍ପଗୁଡ଼ିକୁ ନିର୍ମାଣ କରିବା ଲାଗି ଆଦାନି ଉଦ୍ୟମ କରୁଥିବା ଶ୍ରୀଲଙ୍କାର ନୀତି ନିର୍ଧାରକମାନେ ଅଭିଯୋଗ କରିଛନ୍ତି। କିନ୍ତୁ ସେହି ଅଭିଯୋଗକୁ ଆଦାନି ଖଣ୍ଡନ କରିଛନ୍ତି। ବିଶ୍ବର ତୃତୀୟ ବଡ଼ ଧନୀ ଭାବେ ୧୩,୭୦୦ କୋଟି ଡଲାର ସମ୍ପତ୍ତିର ମାଲିକ ଥିବା ଆଦାନି ନିଜ ବ୍ୟବସାୟ ସାମ୍ରାଜ୍ୟକୁ ଭାରତ ବାହାରେ ସମ୍ପ୍ରସାରିତ କରିବାକୁ ଚାହୁଛନ୍ତି। ତାହାର ଅଂଶ ସ୍ବରୂପ ଶ୍ରୀଲଙ୍କାରେ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।

ଆର୍ଥିକ ଦୃଷ୍ଟିରୁ ଚୀନ୍ ସହ ଭାରତ ସମକକ୍ଷ ନୁହେଁ। କିନ୍ତୁ ଶ୍ରୀଲଙ୍କା ଓ ଇସ୍ରାଏଲ ଭଳି ଦେଶରେ ପ୍ରକଳ୍ପ ସ୍ଥାପନ କରି ଆଦାନି ଗ୍ରୁପ୍ ଚୀନ୍‌ର ବିଭିନ୍ନ ସଂସ୍ଥା ସହ ପ୍ରତିଦ୍ବନ୍ଦ୍ବିତା କରିପାରିବ।

ବିଶେଷଜ୍ଞମାନଙ୍କ ମତରେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରିବା ବାହାନାରେ ଭାରତର ତିନି ପଡ଼ୋଶୀ ଦେଶ ପାକିସ୍ତାନ, ଶ୍ରୀଲଙ୍କା ଓ ବାଲାଂଦେଶକୁ ଚୀନ୍ ହାତରେ ରଖିବାକୁ ଚାହୁଛି। ଏହା ଦ୍ବାରା ଭାରତକୁ ଏହା ସର୍ବଦା ଚାପରେ ରଖିପାରିବ। ଶ୍ରୀଲଙ୍କାରେ ଚୀନ୍‌ର ଆଧିପତ୍ୟ ହ୍ରାସ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାହାଯ୍ୟ କରିବା ଲାଗି ଆଦାନି ସେଠ‌ାରେ ପ୍ରକଳ୍ପ ହାସଲ କରୁଥିବା କୁହାଯାଉଛି। କିଛି ଦିନ ପୂର୍ବେ ସିଙ୍ଗାପୁରର ଏକ ସମ୍ମିଳନୀରେ ଆଦାନି ଖୋଲଖୋଲି ଭାବେ ଚୀନ୍‌କୁ ସମାଲୋଚନା କରିଥିଲେ।

nis-ad
Leave A Reply

Your email address will not be published.