ଚଳିତ ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବେ ଛାତ୍ରଛାତ୍ରୀ: ୨୦ଟି ପୁସ୍ତକର ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ଉନ୍ମୋଚିତ। ଏଆଇସିଟିଇ ଦ୍ୱାରା ପ୍ରକାଶିତ ୨୦ଟି ଇଞ୍ଜିନିୟରିଂ ପୁସ୍ତକର ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବେ ଛାତ୍ରଛାତ୍ରୀ । ପିଲାଙ୍କୁ ଉଭୟ ଡିପ୍ଲୋମା ଓ ଡିଗ୍ରୀରେ ଓଡ଼ିଆରେ ଇଞ୍ଜିନିୟରିଂ ପଢାଯିବ । ଶିକ୍ଷାକୁ ପ୍ରତିବନ୍ଧକଶୂନ୍ୟ କରିବା ନେଇ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି। ଇ-କୁମ୍ଭ ପୋର୍ଟାଲ ଉନ୍ମୋଚନ ଏକ ବଡ଼ ପଦକ୍ଷେପ। ଶିକ୍ଷାକୁ ସାଧ୍ୟମତେ ପ୍ରତିବନ୍ଧକଶୂନ୍ୟ କରିବାକୁ ହେବ। ମାତୃଭାଷାରେ ବୈଷୟିକ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମୌଳିକ ଅଧିକାରରୁ କେହି ଯେମିତି ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଇ- ପୋର୍ଟାଲ ଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ। ଓଡ଼ିଶା ସରକାର ମଧ୍ୟ ଓଡ଼ିଆ ଭାଷାର ପ୍ରସାର ପାଇଁ ବହୁ ପଦକ୍ଷେପ ନେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମାରୋହରେ ଯୋଗ ଦେଇଥିଲେ।

ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ବୋଧନ ଦେଇ କହିଛନ୍ତି, ଶିକ୍ଷାକୁ ମାତୃଭାଷାରେ ପଢ଼ାଇବାକୁ ପଡ଼ିବ। ମାତୃଭାଷାରେ ପାଠପଢ଼ାକୁ ସରକାର ଗୁରୁତ୍ୱ ଦେଇଛନ୍ତି ସରକାର। AICTEର ସହଯୋଗରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଏହି ବହି ପ୍ରସ୍ତୁତ କରିଛି । ପାଠ୍ୟ ପୁସ୍ତକ ଗୁଡ଼ିକର ଅନୁବାଦ ସମ୍ପୂର୍ଣ୍ଣ ଓଡ଼ିଆରେ କରାଯାଇଥିବା ବେଳେ ସମ୍ପୃକ୍ତ ପାଠ୍ୟପୁସ୍ତକକୁ ଜୟଦେବ ଭବନରେ ଲୋକାର୍ପଣ କରିଛନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

nis-ad
Leave A Reply

Your email address will not be published.