ଚୋରକୁ ନିସ୍ତୁକ ଛେଚିଲେ ଲୋକେ

ଭଦ୍ରକ ୧୧।୧୧ : ଚୋରୁ କରୁଥିଲା, ଧରାପଡିଲା । ନିସ୍ତୁକ ଛେଚିଲେ ଲୋକେ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏପରି ଘଟଣା ଘଟିଛି ।

ଖବର ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ କେତେକ ନିଶାସକ୍ତ ଓ ଅସାମାଜିକ ଯୁବକ ଚୋରି କରୁଛନ୍ତି । ଯୁବକ ଜଣକ କୌଣସି ଏକ ରୋଗୀଙ୍କ ସଂପର୍କୀୟଙ୍କ ସୁନା ଚେନ୍‌ ଚଢାଇନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଆମ୍ବୁଲାନ୍ସ କର୍ମଚାରୀମାନେ କୌଶଳ କ୍ରମେ ଚୋରକୁ କାବୁ କରିଥିଲେ । ପରେ ଘଟଣାସ୍ଥଳରେ ଥିବା ଉତ୍ୟକ୍ତ ଲୋକ ଆସି ମାଡ୍‌ପିଟ୍‌ ମଧ୍ୟ କରିଥିଲେ । କିନ୍ତୁ ମେଡିକାଲ ପରିସରରେ ଥିବା ପୋଲିସ ଫାଣ୍ଡିର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର ଟାଉନ ଥାନା ପୋଲିସର ଜିମା ଦେଇଛନ୍ତି ।

nis-ad
Leave A Reply

Your email address will not be published.