ଦୈନିକ ୧୨ ଘଣ୍ଟା କାମ ସହ ମାଗଣା ଖାଇବା ଆଉ ମିଳିବ ନାହିଁ: ମସ୍କ

ନୂଆଦିଲ୍ଲୀ: ଟେସଲା ସିଇଓ ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ଏବେ ସେ ନୂଆ ନୂଆ ନିଷ୍ପତ୍ତି ନେବାରେ ଲାଗିପଡିଛନ୍ତି | ତେବେ ମସ୍କଙ୍କ ଏହି ସବୁ ନିଷ୍ପତ୍ତି ଏବେ ଏହାର କର୍ମଚାରୀଙ୍କୁ ହରଡ଼ଘଣାରେ ପକାଇଛି | ବର୍ତ୍ତମାନ ଏଲୋନ୍ ମସ୍କ ଏପରି କିଛି ନିର୍ଦ୍ଦେଶ ଦେଇଛନ୍ତି, ଯାହା ଆଗାମୀ ଦିନରେ ଟ୍ୱିଟର କର୍ମଚାରୀଙ୍କ ସମସ୍ୟା ବଢାଇପାରେ । ୪୪ ବିଲିୟନ ଡଲାରରେ କମ୍ପାନୀକୁ କିଣିବା ପରେ ଟ୍ୱିଟର କର୍ମଚାରୀଙ୍କୁ ତାଙ୍କର ପ୍ରଥମ ସମ୍ବୋଧନରେ ଏଲୋନ୍ ମସ୍କ ଏହି ସଂସ୍ଥା ଦେବାଳିଆ ହେବାର ଆଶଙ୍କା ପ୍ରକାଶ କରିଛି। ସେ କହିଛନ୍ତି ଯେ ଲାଭଜନକ ସ୍ଥିତିରେ ରହିବା ପାଇଁ ଆମକୁ ସପ୍ତାହକୁ ୮୦ ଘଣ୍ଟା କାମ କରିବାକୁ ପଡିବ। ଅର୍ଥାତ ଛୁଟିଦିନ ବ୍ୟତୀତ ଦୈନିକ ୧୨ରୁ ୧୩ ଘଣ୍ଟା କାମ କଲେ ହିଁ କମ୍ପାନୀକୁ ଲାଭ ମିଳିବ | ସେଭଳି ସେ କହିଛନ୍ତି ଯେ ଏହା ବ୍ୟତୀତ ଅଫିସରେ ମାଗଣା ଖାଦ୍ୟ ଭଳି ସୁବିଧା ମଧ୍ୟ ବନ୍ଦ କରାଯିବ। ବାସ୍ତବରେ ଟ୍ୱିଟର କର୍ମଚାରୀଙ୍କୁ ଏହାର କାର୍ଯ୍ୟାଳୟମାନଙ୍କରେ ମିଳୁଥିବା ମାଗଣା ଭୋଜନ ସୁବିଧା ବନ୍ଦ କରିବାକୁ ସେ ଘୋଷଣା କରିଛନ୍ତି |

କେବଳ ଏତିକି ନୁହେଁ, କରୋନା ଅବଧି ସମୟରେ ଘରୁ କାମ(ୱାର୍କ ଫ୍ରମ ହୋମ) ଭଳି ସୁବିଧା ମଧ୍ୟ ତୁରନ୍ତ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି | ଏଲୋନ୍ ମସ୍କ କହିଛନ୍ତି ଯେ ଯଦି ଆପଣ ଅଫିସକୁ ଆସିବେ ନାହିଁ, ତେବେ ଆପଣ କମ୍ପାନୀରୁ ଇସ୍ତଫା ଦେଇଛନ୍ତି ବୋଲି ଧରାଯିବ | କେବଳ ଏତିକି ନୁହେଁ, କର୍ମଚାରୀଙ୍କୁ କମ୍ପାନୀରୁ ନିଲମ୍ବନ କରାଯିବା ନେଇ ସେ କହିଛନ୍ତି ଯେ ଆମକୁ ଅଧିକ ଶକ୍ତ ହେବାକୁ ପଡ଼ିବ। ମସ୍କ କହିଛନ୍ତି ଯେ ଏହି ସଙ୍କଟର ମୁକାବିଲା ପାଇଁ ଆମକୁ ତୁରନ୍ତ ୮ ଡଲାର ସବସ୍କ୍ରିପସନ୍ ଫି ଯୋଜନା ସହିତ ଆଗକୁ ବଢିବାକୁ ପଡିବ। ଉଲ୍ଲେଖ ଥାଉ କି ଟୁଇଟରକୁ ଅଧିଗ୍ରହଣ କରିବାର ୨ ମାସ ମଧ୍ୟରେ ଏଲୋନ୍ ମସ୍କ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଭାରତରେ ମଧ୍ୟ ଟ୍ୱିଟର ଇଣ୍ଡିଆର ୯୦% କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି। ଏହି ଲୋକଙ୍କ ମଧ୍ୟରେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ମଧ୍ୟ ଅଛନ୍ତି |

nis-ad
Leave A Reply

Your email address will not be published.