ଅର୍ଚ୍ଚନା ନାଗ ମାମଲାରେ ଇଡିର ଚଢାଉ, ୬ଟି ସ୍ଥାନରେ ଚାଲିଛି ରେଡ୍‌

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡିର ତଢାଉ । ଆଜି ତାଙ୍କ ଘରେ ପଞ୍ଝା ମାରିଛି ତଦନ୍ତକାରୀ ଟିମ୍‌ । ଏକକାଳୀନ ୬ଟି ସ୍ଥାନରେ ରେଡ୍‌ ଚାଲିଥିବା ସୂଚନା ମିଳିଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଅର୍ଚ୍ଚନାଙ୍କ ପୈତୃକ ଘରେ ଖୋଳତାଡ କରୁଛି ଇଡି ଟିମ୍‌ । ସେହିପରି ଭୁବନେଶ୍ୱର ସତ୍ୟବିହାରରେ ଥିବା ଅର୍ଚ୍ଚନା ନାଗଙ୍କ ଘର, ଶ୍ୱଶୁର ଘର ଜଳେଶ୍ୱର ଥାନା ବାଉଁଶବଣୀ ଗାଁରେ ଚଢ଼ାଉ ଚାଲିଛି ।

ସେହିପରି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କ ବାଲିପାଟଣା ଘର, ଖଗେଶ୍ୱରଙ୍କ ପୁରୁଣା ଗାଡ଼ି ସୋ’ ରୁମ୍‌ ଘରେ ବି ରେଡ୍‌ କରାଯାଉଛି । ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ଜାଗମରା ଘରେ ବି ରେଡ୍‌ କରିଛି ଇଡି ଟିମ୍‌ । ଅର୍ଚ୍ଚନା ନା ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆର୍ଥିକ କାରବାର ଓ ନେଣଦେଣର ଖୋଳତାଡ କରୁଛି ଇଡି । ସେପଟେ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି ଖଗେଶ୍ୱର ପାତ୍ର ।

nis-ad
Leave A Reply

Your email address will not be published.